କମୁଛି ସଂକ୍ରମଣ: ଫେବ୍ରୁଆରୀ ୧୪ରୁ ନର୍ସରୀ ଠାରୁ ଅଷ୍ଟମ୍ ଶ୍ରେଣୀ ଯାଏଁ ପିଲା ଯିବେ ସ୍କୁଲ

ଦେଶରେ ଏବେ କରୋନା ସଂକ୍ରମଣ ହାର ତଳମୁହାଁ ଥିବା ବେଳେ, ଜନ ଜୀବନ ପୁଣି ଥରେ ସ୍ୱାଭାବିକ ହେବାରେ ଲାଗୁଚି | ଉତ୍ତର ପ୍ରଦେଶ ସରକାର କରୋନା ଭାଇରସ୍ ସଂକ୍ରମଣ ନିମ୍ନଗାମୀ ହୋଇଥିବାରୁ ବଡ଼ ନିଷ୍ପତ୍ତି ନେଇଛନ୍ତି । ଆସନ୍ତା ୧୪ ତାରିଖ ଠାରୁ ରାଜ୍ୟରେ ନର୍ସରୀ ଠାରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲିବା ନେଇ ନିଷ୍ପତି ଶୁଣାଇଛନ୍ତି | ସରକାରୀ ଓ ଘରୋଇ ସ୍କୁଲରେ ପୁଣି ଥରେ ଅଫଲାଇନ୍ କ୍ଲାସ ହେବ । ମୁଖ୍ୟ ସଚିବ (ଗୃହ) ଅବନୀଶ କୁମାର ଅୱସ୍ଥୀ ଏହାକୁ ନେଇ ଆଦେଶ ଜାରି କରିଛନ୍ତି । ସୂଚନାଯୋଗ୍ୟ, ଗତ ସପ୍ତାହରେ ୯ମ ଶ୍ରେଣୀ ଠାରୁ ଦ୍ୱାଦଶ ଶ୍ରେଣୀ ଯାଏଁ ତଥା କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲିଛି ।

ମୁଖ୍ୟ ସଚିବ ଶ୍ରୀ ଅୱସ୍ଥି କହିଛନ୍ତି ଯେ, କରୋନା କଟକଣା ମଧ୍ୟରେ ବିଦ୍ୟାଳୟ ଗୁଡ଼ିକରେ ପାଠପଢ଼ା ହେବ । ଏପର୍ଯ୍ୟନ୍ତ ଅନ୍‌ଲାଇନ୍ କ୍ଲାସ ଚାଲିଥିଲା । କିନ୍ତୁ କୋଭିଡ ଗାଇଡଲାଇନ୍ ପାଳନ କରିବା ସହିତ ଅଫ୍‌ଲାଇନ୍ କ୍ଲାସ ଆରମ୍ଭ ହେବ । ୯ମରୁ ଉପର ଶ୍ରେଣୀ ଯାଏଁ ଅଫଲାଇନ୍ ପାଠପଢ଼ା ଆରମ୍ଭ ହେବା ପରେ ନର୍ସରୀରୁ ଅଷ୍ଟମ ଯାଏଁ ଖୋଲିବାକୁ ବିଦ୍ୟାଳୟ କର୍ତ୍ତୃପକ୍ଷମାନେ ଦାବି କରୁଥିଲେ |

Related Posts