କର୍ଣ୍ଣାଟକ ହିଜାବ୍ ବିବାଦକୁ ନେଇ ବଢୁଛି ଉତେଜେନା: ୧୬ ଯାଏଁ କଲେଜ, ବିଶ୍ୱବିଦ୍ୟାଳୟ ବନ୍ଦ

କର୍ଣ୍ଣାଟକରେ ହିଜାବ୍ ବିବାଦ ଏବେ ଉଗ୍ର ରୂପ ଧାରଣ କରିବାରେ ଲାଗୁଛି | ଫଳରେ ସ୍ଥିତି ଜଟିଳ ଆଡକୁ ଗତି କରୁଥିବା ବେଳେ, ବର୍ତ୍ତମାନ ପରିସ୍ଥିତିରେ ଆଗାମୀ ୧୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଡିଗ୍ରୀ କଲେଜ, ବିଶ୍ୱବିଦ୍ୟାଳୟ ଓ ପ୍ରଫେସନାଲ କୋର୍ସ ଥିବା ଶିକ୍ଷାନୁଷ୍ଠାନ ବନ୍ଦ ରହିବା ନିଏ ନିଷ୍ପତି ନିଆଯାଇଛି |

ସୂଚନାଯୋଗ୍ୟ, ଉଡ୍ଡୁପୀ ଜିଲ୍ଲାର ଏକ ସରକାରୀ କଲେଜରେ ୬ ଜଣ ଛାତ୍ରୀଙ୍କ ହିଜାବ୍ ପିନ୍ଧି କ୍ଲାସରୁମ୍‌ରେ ପ୍ରବେଶକୁ କେନ୍ଦ୍ର କରି ଗତବର୍ଷ ଡିସେମ୍ବର ୩୧ ତାରିଖ ଠାରୁ ଆରମ୍ଭ ହୋଇଥିଲା ଏହି ବିବାଦ | ଯାହା ଏବେ ହାଇକୋର୍ଟରେ ଶୁଣାଣି ଚାଲିଛି । କିନ୍ତୁ ବିବାଦ ବଢ଼ିଥିବାରୁ ଚାରିଆଡେ ଉତ୍ତେଜନା ପରିସ୍ଥିତି ମଧ୍ୟ ଦେଖାଯାଇଛି ।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଏକାଦଶ ଓ ଦ୍ୱାଦଶ ଶ୍ରେଣୀର ସ୍କୁଲକୁ ବନ୍ଦ ନେଇ କୌଣସି ସ୍ପଷ୍ଟତା ନାହିଁ । ଶୁକ୍ରବାର ମୁଖ୍ୟମନ୍ତ୍ରୀ ବାସବରାଜ ବୋମ୍ମଇଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ସୋମବାର ଠାରୁ ଖୋଲୁଥିବା ସ୍କୁଲକୁ ନେଇ ଗାଇଡଲାଇନ ଜାରି କରାଯାଇଛି । ସ୍କୁଲ ଖୋଲିବାକୁ ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କୌଣସି ପ୍ରକାରର ଅପ୍ରୀତିକର ଘଟଣାକୁ ରୋକିବା ପାଇଁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯିବ । ସେ କହିଛନ୍ତି, ଏସ୍‌ପି ଓ ଜିଲ୍ଲାପାଳଙ୍କୁ ମଧ୍ୟ ସମ୍ବେଦନଶୀଳ ଅଞ୍ଚଳରେ ପ୍ରମୁଖ ସ୍କୁଲଗୁଡ଼ିକୁ ଗସ୍ତ କରିବାର ଅଛି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଡିସି, ଏସ୍‌ପି ଓ ଡିଡିପିଆଇଙ୍କୁ ଶିକ୍ଷକ, ଅଭିଭାବକ ଓ ସ୍କୁଲ ପରିଚାଳନା ବୋର୍ଡଙ୍କ ସହିତ ଲଗାତାର ସଂପର୍କ ରଖିବା ଦରକାର |

Related Posts