କରୋନା ଆକ୍ରାନ୍ତଙ୍କ ପାଇଁ ଯୋଗୀ ସରକାରଙ୍କ ବଡ଼ ଘୋଷଣା

କରୋନା ଆକ୍ରାନ୍ତଙ୍କ ପାଇଁ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବଡ ଘୋଷଣା କରିଛନ୍ତି | ଯଦି କୌଣସି ଘରୋଇ କାର୍ଯ୍ୟାଳୟର କର୍ମଚାରୀ କରୋନା ପଜିଟିଭ ତେବେ ତାଙ୍କୁ ସର୍ବନିମ୍ନ ୭ ଦିନ ବେତନ ପ୍ରଦାନ କରାଯିବ।

ଏହାସହ ସେମାନଙ୍କୁ ଦରମା କାଟ କରାଯିବ ନାହିଁ। ଏହା ବ୍ୟତୀତ, ୱାର୍କ ଫର୍ମ ହୋମକୁ ପ୍ରୋତ୍ସାହିତ କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ।

ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ ସମସ୍ତ ଘରୋଇ ଏବଂ ସରକାରୀ କାର୍ଯ୍ୟାଳୟରେ ୫୦ ପ୍ରତିଶତ କର୍ମଚାରୀଙ୍କ ଦ୍ୱାରା ଚାଲିବ। ମୁଖ୍ୟମନ୍ତ୍ରୀ କହିଛନ୍ତି, ଆମେ ଜୀବନ ଏବଂ ଜୀବିକା ରକ୍ଷା କରିବାକୁ ସଂକଳ୍ପବଦ୍ଧ । ସମସ୍ତ କାର୍ଯ୍ୟାଳୟରେ କୋଭିଡ ହେଲ୍ପ ଡେସ୍କ ସ୍ଥାପନ କରିବା ବାଧ୍ୟତାମୂଳକ ଏବଂ ବିନା ଅନୁସନ୍ଧାନରେ କାହାକୁ ପ୍ରବେଶ କରିବାକୁ ଦିଆଯାଉ ନାହିଁ।

ଅନ୍ୟପଟେ ଦେଶରେ କରୋନା ସଂକ୍ରମଣ ବଢୁଥିବା ବେଳେ, ୫୦ ପ୍ରତିଶତ ରେ ସରକାରୀ ଅଫିସ ଚାଲିବା ନେଇ ନିର୍ଦେଶନାମା ଜାରି କରାଯାଇଛି | ଏଥିସହ ଅନେକ ରାଜ୍ୟରେ ବଢୁଥିବା ସଂକ୍ରମଣକୁ ନେଇ ଲକଡାଉନ ଓ ସଟଡାଉନ ଲାଗୁ କରାଯାଇଛି |

Related Posts