କରୋନା କବ୍ଜାରେ ସୁପରଷ୍ଟାର ରଜନୀକାନ୍ତଙ୍କ ଝିଅ ଐଶ୍ୱର୍ଯ୍ୟା

କରୋନା କବ୍ଜାରେ ସାଉଥ ଷ୍ଟାର ଧନୁଷଙ୍କ ପୂର୍ବତନ ପତ୍ନୀ ଐଶ୍ୱର୍ଯ୍ୟା ରଜନୀକାନ୍ତ | ସେ କରୋନା ସଂକ୍ରମିତ ହୋଇଥିବା ନେଇ ସୂଚନା ଦେଇଛନ୍ତି | ଐଶ୍ୱର୍ଯ୍ୟା ସୋସିଆଲ ମିଡିଆରେ ପୋଷ୍ଟ କରି ଏହାର ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି, ‘ସମସ୍ତ ସତର୍କତା ଅବଲମ୍ବନ ପରେ ବି କରୋନା ପଜିଟିଭ୍ ହୋଇଛି। ମୁଁ ହସ୍ପିଟାଲରେ ଆଡମିଟ୍ ହୋଇଛି।

ଦୟାକରି ମାସ୍କ ପିନ୍ଧନ୍ତୁ, ଭ୍ୟାକ୍ସିନ୍ ନିଅନ୍ତୁ ଏବଂ ସୁରକ୍ଷିତ ରୁହନ୍ତୁ। ୨୦୨୨ ରେ ମୋତେ ଏହା ମିଳିଛି। ଦେଖିବା ଏହି ବର୍ଷ ମୋ ପାଇଁ ଆଉ କ’ଣ ସବୁ ରହିଛି। ‘

ସୂଚନାଯୋଗ୍ୟ, ନିକଟରେ ଐଶ୍ୱର୍ଯ୍ୟା ଏବଂ ଧନୁଷଙ୍କ ଅଲଗା ହେବାର ଖବର ପ୍ରଶଂସକଙ୍କୁ ବହୁତ ଆଶ୍ଚର୍ଯ୍ୟ କରିଥିଲା। ଉଭୟ ବିବାହର ୧୮ ବର୍ଷ ପରେ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ। ଜାନୁଆରୀ ୧୭ ରେ ଧନୁଷ ଏବଂ ଐଶ୍ୱର୍ଯ୍ୟା ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ସେମାନେ ଅଲଗା ହେବା ବିଷୟରେ ଘୋଷଣା କରିଥିଲେ |

Related Posts