କରୋନା ଭୟ: ଆଜିଠୁ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ, କଲେଜ ବନ୍ଦ

ରାଜ୍ୟରେ ବଢୁଛି କରୋନାର ଦୈନିକ ସଂକ୍ରମଣ | ୫ ହଜାର ମୁହାଁ କରୋନା ର ଦୈନିକ ସଂକ୍ରମଣ ହୋଇଥିବା ବେଳେ, ଏହାକୁ ଦୃଷ୍ଟିରେ ରଖି ସୋମବାରଠାରୁ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ, କଲେଜ ବନ୍ଦ ରହିବ । କ୍ଲାସରୁମ୍ ପାଠପଢ଼ା ସହିତ ହଷ୍ଟେଲଗୁଡ଼ିକ ମଧ୍ୟ ବନ୍ଦ କରାଯାଇଛି । ଏନେଇ ଘୋଷଣା କରିବା ପରେ ଛାତ୍ରଛାତ୍ରୀ ରବିବାର ସନ୍ଧ୍ୟା ସୁଦ୍ଧା ହଷ୍ଟେଲ ଛାଡ଼ିଛନ୍ତି ।

ସ୍କଲାର, ଗବେଷଣାରତ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ଗବେଷଣା, ପ୍ରକଳ୍ପ କାର୍ଯ୍ୟ ଜାରି ରଖିବାକୁ କର୍ତ୍ତୃପକ୍ଷ ଅନୁମତି ଦେଇଛନ୍ତି ।

ସରକାରୀ କର୍ମଚାରୀଙ୍କ ପାଇଁ ଜାରି ହୋଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ ବିଶ୍ୱବିଦ୍ୟାଳୟ, ବୈଷୟିକ ଶିକ୍ଷାନୁଷ୍ଠାନ ଓ କଲେଜର ଶିକ୍ଷକ, କର୍ମଚାରୀମାନେ କାର୍ଯ୍ୟ କରିବେ । ଉଚ୍ଚ ଶିକ୍ଷାନୁଷ୍ଠାନ ସମେତ ରାଜ୍ୟର ସମସ୍ତ କୋଚିଂ ଶିକ୍ଷାନୁଷ୍ଠାନ, ସଂସ୍ଥା, କୋଚିଂ ସେବା ଦେଉଥିବା ବ୍ୟକ୍ତିବିଶେଷ ଆଜିଠୁ ଅନଲାଇନରେ ପାଠପଢ଼ା ଜାରି ରଖିପାରିବେ ।

ତେବେ ଶିକ୍ଷାନୁଷ୍ଠାନରେ ଜାରି ରହିଥିବା ସମସ୍ତ ଅଫଲାଇନ୍ ପରୀକ୍ଷା ନିର୍ଦ୍ଧାରିତ ସୂଚୀ ଅନୁଯାୟୀ କୋଭିଡ଼ କଟକଣା ମଧ୍ୟରେ ଚାଲିବ । ଜାନୁଆରୀ ୧୦ରୁ ୩୧ ତାରିଖ ପର୍ଯ୍ୟନ୍ତ କ୍ଲାସରୁମ୍ ଥିଓରି କିମ୍ବା ପ୍ରାକ୍ଟିକାଲ ପାଠପଢ଼ା ବନ୍ଦ ରହିବ । ଅନଲାଇନରେ ପାଠପଢ଼ା ଚାଲିବ । ୫୦ପ୍ରତିଶତ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରାଯିବ । ଏହି ସମୟରେ ମେଡ଼ିକାଲ କଲେଜ ଓ ନର୍ସିଂ କଲେଜ ଗୁଡ଼ିକ ଖୋଲା ରହିବ ।

Related Posts