କରୋନା ଭୟ: ତେଲେଙ୍ଗାନାରେ ରାଲି ଓ ସାଧାରଣ ସଭା ଉପରେ ବ୍ୟାନ୍

ଦେଶରେ ବଢୁଥିବା କରୋନା ସଂକ୍ରମଣ ଙ୍କ ସଂଖ୍ୟାକୁ ନେଇ ଭୟରେ ଏବେ ସମସ୍ତେ | ସେପରି ଦେଶରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ବଢିବାକୁ ଲାଗୁଛି | ବଢୁଥିବା ସଂକ୍ରମଣକୁ ନେଇ ବଢ଼ିଲା କଟକଣା । ତେଲେଙ୍ଗାନାରେ ଏଣିକି ରାଲି, ସାଧାରଣ ସଭା ଆୟୋଜନ ମନା । ଧାର୍ମିକ, ରାଜନୈତିକ ଓ ସାଂସ୍କୃତିକ ସମାବେଶରେ ଲୋକ ଏକାଠି ହେବା ଉପରେ ପ୍ରତିବନ୍ଧକ ଜାରି କରିଛନ୍ତି ତେଲେଙ୍ଗାନା ସରକାର ।

ଗତକାଲି ତେଲେଙ୍ଗାନା ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ପରେ ଏହି ନିଷ୍ପତ୍ତି ହୋଇଛି ।

ସେହିପରି ସାଧାରଣ ପରିବହନ, ଦୋକାନ, ସପିଂ ମଲ୍, ଅଫିସ ଆଦି ସ୍ଥାନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ସାମାଜିକ ଦୂରତା ରକ୍ଷା ସହ ପ୍ରବେଶ ପଥରେ ସ୍କ୍ରିନିଂ, ସାନିଟାଇଜ୍ ବ୍ୟବସ୍ଥା କରିବେ । ତେଲେଙ୍ଗାନାରେ ମାସ୍କ ନପିନ୍ଧି ଧରାପଡ଼ିଲେ ହଜାରେ ଟଙ୍କା ଫାଇନ୍ ଗଣିବାକୁ ପଡ଼ିବ ।

ତେଲେଙ୍ଗାନାରେ ବର୍ତ୍ତମାନ ସୁଦ୍ଧା ୬୨ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହେଲେଣି । ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ଶହ ଟପିଲାଣି । ଏଭଳି ସ୍ଥିତିରେ ସଂକ୍ରମଣ ବଢ଼ିବା ଆଶଙ୍କା ଥିବାରୁ ପ୍ରତିଷେଧକମୂଳକ ପଦକ୍ଷେପ ନେଇଛି ପ୍ରଶାସନ । ତେବେ ଆଗକୁ ମଧ୍ୟ ଅନ୍ୟ ରାଜ୍ୟ ଗୁଡିକ କଟକଣା ଲଗାଇବା ନେଇ ସମ୍ଭାବନା ଦେଖା ଦେଇଛି |

Related Posts