ଜାଡରେ ଥରିବ ସାରା ଓଡ଼ିଶା

ଜାଡରେ ଥରିବ ସାରା ଓଡ଼ିଶା । କାଲିଠୁ ବଢିବ ଶୀତ | ରାତି ତାପମାତ୍ରା ଖସିବ । ପୁଣି ଅନୁଭୂତ ହେବ ପ୍ରବଳ ଥଣ୍ଡା । ଦୁଇଦିନ ପ୍ରବଳ ଶୀତ ନେଇ ୫ଟି ଜିଲ୍ଲାକୁ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି । ସୋମବାର ଝାରସୁଗଡ଼ା, ବରଗଡ଼, ସୋନପୁର, ସମ୍ବଲପୁର ଓ ବଲାଙ୍ଗୀର ଜିଲ୍ଲାରେ ପ୍ରବଳ ଶୀତ ହେବା ନେଇ ପୂର୍ବାନୁମାନ କରାଯାଇଛି ।

ପଶ୍ଚିମ ଓଡ଼ିଶାର କିଛି ସ୍ଥାନରେ ପ୍ରବଳ ଶୀତ ହେବ । ରାତି ତାପମାତ୍ରା ୩ରୁ ୪ ଡ଼ିଗ୍ରୀ ଖସିଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ରବିବାର ଓ ସୋମବାର ସକାଳୁ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ୱଳ୍ପରୁ ମଧ୍ୟମ ଧରଣର କୁହୁଡ଼ି ଅନୁଭୂତ ହେବ ।

ଶନିବାର ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ୮.୫ ଡ଼ିଗ୍ରୀ ରେକର୍ଡ଼ କରାଯାଇଥିଲା । ଟିଟିଲାଗଡ଼ରେ ରାତି ତାପମାତ୍ରା ୧୦.୮, କୋରାପୁଟରେ ୧୧.୪ ଓ ଝାରସୁଗୁଡ଼ାରେ ୧୧.୬ ଡିଗ୍ରୀ ରେକର୍ଡ ହୋଇଥିଲା ।

Related Posts