ନୂଆଦିଲ୍ଲୀ(ସତ୍ୟପାଠବ୍ୟୁରୋ): ଇରାନର ପୂର୍ବତନ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନିଙ୍କ ରାଜକୀୟ ଅନ୍ତିମ ସଂସ୍କାରରେ ବିଶ୍ୱର କୋଣ ଅନୁକୋଣରୁ ଲକ୍ଷ ଲକ୍ଷ ଲୋକ ଯୋଗ ଦେଇଛନ୍ତି। ତାଙ୍କ ମୃତ୍ୟୁର ଚାରି ମାସ ପରେ, ଖାମେନିଙ୍କୁ ଜୁଲାଇ ୯ ତାରିଖରେ ଇରାନର ପବିତ୍ର ସହର ମଶାଦରେ ଇମାମ ରେଜାଙ୍କ ସମାଧି ନିକଟରେ କବର ଦିଆଯିବ। ଏହି ସମାରୋହ ରାଷ୍ଟ୍ରୀୟ ଶୋକର ଏକ ବିଶାଳ ପ୍ରଦର୍ଶନ ଜାରି ରହିଛି, ଯାହା ଜୁଲାଇ ୪ ତାରିଖରୁ ଆରମ୍ଭ ହୋଇଛି। ଚଳିତ ବର୍ଷ ଫେବୃଆରୀ ୨୮ ତାରିଖରେ ଆମେରିକା-ଇସ୍ରାଏଲ ଆକ୍ରମଣରେ ଖାମେନିଙ୍କୁ ହତ୍ୟା କରାଯାଇଥିଲା।  ସବୁଠୁ ଆଶ୍ଚର୍ଯ୍ୟକର କଥା ହେଉଛି ତେହେରାନରେ ତାଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେବା ପାଇଁ ଇରାନ ଯାଇଛନ୍ତି କର୍ଣ୍ଣାଟକର ଆଲିପୁରା ଗ୍ରାମର ପ୍ରାୟ ୧୦୦ ଜଣ ଲୋକ।  କର୍ଣ୍ଣାଟକର ଏହି ଗ୍ରାମ ସହ ଖାମେନିଙ୍କ କଣ ସମ୍ପର୍କ ରହିଛି ବୋଲି ଚର୍ଚ୍ଚା ବଢ଼ିବାରେ ଲାଗିଛି। ଏପରିକି ଖାମେନିଙ୍କ ଦେହାନ୍ତରେ ଆଲିପୁରରେ ତିନି ଦିନିଆ ରାଷ୍ଟ୍ର ଶୋକ ପାଳନ କରାୟାଇଥିଲା। ସହରର ଦୋକାନ ବନ୍ଦ ରହିଥିଲା, ଘର ଗୁଡ଼ିକରେ କଳା ପତାକା ଉଡ଼ାଯାଇଥିଲା ଏବଂ ଲୋକମାନେ ସେମାନଙ୍କ ଶୋକ ପ୍ରକାଶ କରିବା ପାଇଁ କଳା ପୋଷାକ ପିନ୍ଧିଥିଲେ। ଆଉ ଏବେ ତେହେରାନରେ ତାଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବା ପାଇଁ ଆଲିପୁର ଏବଂ କର୍ଣ୍ଣାଟକରୁ ପ୍ରାୟ ୧୦୦ ଜଣଙ୍କର ଏକ ଦଳ (ଛାତ୍ର ଏବଂ ବ୍ୟବସାୟୀଙ୍କ ସମେତ) ଏକ ସ୍ୱତନ୍ତ୍ର ଚାର୍ଟର୍ଡ ବିମାନରେ ଇରାନ ଯାତ୍ରା କରିଛନ୍ତି। ଏହି ଗାଁର ଲୋକଙ୍କର ଖାମେନିଙ୍କ ପ୍ରତି ଗଭୀର ସ୍ନେହ ରହିଛି ବୋଲି କୁହାଯାଏ, ଯାହା ଏହି ରାଜକୀୟ ବସତିକୁ ଭାରତ ଏବଂ ଦିବଂଗତ ଇରାନୀ ନେତାଙ୍କ ମଧ୍ୟରେ ସମ୍ପର୍କର ଏକ ଅନନ୍ୟ ପ୍ରତୀକ କରିଥାଏ। ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଏହି କନ୍ନଡ ଭାଷାଭାଷୀ ମାନଙ୍କ ମଧ୍ୟରୁ ଅଧିକାଂଶ ପୂର୍ବରୁ ଇରାନରେ ଧାର୍ମିକ ବିଦ୍ୱାନ, ଡାକ୍ତରୀ ଛାତ୍ର, ଡାକ୍ତର ଏବଂ ବ୍ୟବସାୟୀ ଭାବରେ ବାସ କରୁଥିଲେ। ଶୋକ ସଭାରେ ଯୋଗଦେବା ପାଇଁ ଏକ ଚାର୍ଟର୍ଡ ଇରାନ ଏୟାର ବିମାନରେ ତେହେରାନରେ ପହଞ୍ଚିଥିଲେ।

ମୁସଲିମ ବହୁଳ ଗ୍ରାମ ଆଲିପୁର ଏବଂ ଖାମେନିଙ୍କ ମଧ୍ୟରେ ଭାବପ୍ରବଣ ସମ୍ପର୍କ ୧୯୮୧-୮୨ ମସିହାରୁ ଆରମ୍ଭ ହୋଇଥିଲା, ଯେତେବେଳେ ସେ ଏହି ଗ୍ରାମ ପରିଦର୍ଶନ କରିଥିଲେ। ୧୯୮୦ ଦଶକରେ, ସେ ଏହି ଗ୍ରାମ ପରିଦର୍ଶନ କରିଥିଲେ, ଯେଉଁଠାରେ ପ୍ରାୟ ସମଗ୍ର ଜନସଂଖ୍ୟା ସିଆ ସମ୍ପ୍ରଦାୟର। ଏହି ସମ୍ପର୍କ ଆହୁରି ମଜବୁତ ହୋଇଥିଲା ଯେତେବେଳେ ଖାମେନି ନିଜେ ‘ଇରାନ ସରକାରଙ୍କ ସହାୟତାରେ ନିର୍ମିତ ‘ଇମାମ୍ ଖୋମେନି ହସ୍ପିଟାଲ’ ଉଦଘାଟନ କରିଥିଲେ, ଯାହା ଇରାନ ସରକାରଙ୍କ ସହାୟତାରେ ନିର୍ମିତ ହୋଇଥିଲା। ତେଣୁ, ଗାଁର ପ୍ରାୟ ସମସ୍ତଙ୍କ ପାଇଁ, ସେ କେବଳ ଜଣେ ରାଜନୈତିକ ବ୍ୟକ୍ତିତ୍ୱ ନଥିଲେ ବରଂ ଜଣେ “ଧାର୍ମିକ ନେତା” ଥିଲେ ବୋଲି କୁହାଯାଏ। ସେବେଠାରୁ, ଗାଁ ଇରାନ ସହିତ ଦୃଢ଼ ସାଂସ୍କୃତିକ ଏବଂ ଭାବପ୍ରବଣ ସମ୍ପର୍କ ବଜାୟ ରଖିଛି।