ମୁମ୍ବାଇ(ସତ୍ୟପାଠବ୍ୟୁରୋ): ଗ୍ରାହକମାନଙ୍କଠାରୁ ଏସ୍‌ଏମ୍‌ଏସ୍‌ ଆଲର୍ଟ ଚାର୍ଜ ଆଦାୟ ନ କରିବାକୁ ବ୍ୟାଙ୍କଗୁଡ଼ିକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ନିର୍ଦ୍ଦେଶ ଦେଇଛି। ନିୟମପାଳନ, ସଚେତନତା ଓ ପ୍ରଚାର ଉଦ୍ଦେଶ୍ୟରେ ପଠାଯାଉଥିବା ଏସ୍‌ଏମ୍‌ଏସ୍‌ ପାଇଁ ବ୍ୟାଙ୍କ ଶୁଳ୍କ ଅସୁଲ କରିପାରିବେ ନାହିଁ। ଏସ୍‌ଏମ୍‌ଏସ୍‌ ଖର୍ଚ୍ଚ ପାଇଁ ବ୍ୟାଙ୍କଗୁଡ଼ିକ ପ୍ରତି ତିନି ମାସରେ ଗ୍ରାହକଙ୍କଠାରୁ ୧୫-୧୮ ଟଙ୍କା ଆଦାୟ କରୁଥିଲେ। ଏଥି ସହିତ ୫୦୦ ଟଙ୍କା କିମ୍ବା ତାଠାରୁ କମ୍‌ ମୂଲ୍ୟର କାରବାର ପାଇଁ ବ୍ୟାଙ୍କଗୁଡ଼ିକ ଏସ୍‌ଏମ୍ଏସ୍‌ ପଠାଇବାକୁ ବାଧ୍ୟ ହେବେ ନାହିଁ। ରିଜର୍ଭ ବ୍ୟାଙ୍କର ଏହି ନିର୍ଦ୍ଦେଶ ପ୍ରଭାବରେ ବ୍ୟାଙ୍କଗୁଡ଼ିକର ଫି ଆୟ କମିବ ଓ ଟେଲିକମ୍‌ କମ୍ପାନିଗୁଡ଼ିକର ଆୟ ମଧ୍ୟ ପ୍ରଭାବିତ ହେବ। RBIର ଏହି ନିର୍ଦ୍ଦେଶ ପରେ ବ୍ୟାଙ୍କଗୁଡ଼ିକ ଫି ବାବଦକୁ 300 କୋଟି ଟଙ୍କା ହରାଇପାରନ୍ତି ବୋଲି ସୂଚନା ମିଳିଛି।