କୁଏତ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଖୁବ ଶୀଘ୍ର କୁଏତ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ଯୋଜନା ପଶ୍ଚିମ ଏସିଆର ଦେଶ ସହ ସମ୍ପର୍କକୁ ମଜବୁତ କରିବା ଏବଂ ରଣନୈତିକ ଭାଗିଦାରୀକୁ ଏକ ନୂତନ ସ୍ତରକୁ ନେବା ପାଇଁ ଏହି ପ୍ରୟାସ କରାଯାଉଛି |

ସୂଚନା ଅନୁଯାୟୀ କୁଏତ ତୈଳ କ୍ଷେତ୍ରରେ ଏକ ସମୃଦ୍ଧ ଦେଶ ଏବଂ ଏହା ମଧ୍ୟ ଭାରତରେ ତୈଳ ଯୋଗାଣର ଏକ ଗୁରୁତ୍ୱପୂର୍ଣ୍ଣ ଉତ୍ସ। କୁହାଯାଉଛି ଯେ ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ କୁଏତ ନିବେଶକମାନଙ୍କୁ ଭାରତ ଆସିବାକୁ ଆମନ୍ତ୍ରଣ କରିପାରିବେ ଏବଂ ଏହା ବ୍ୟତୀତ କୁଏତ ସହ ପ୍ରତିରକ୍ଷା ସହଯୋଗ ବୃଦ୍ଧି ପାଇଁ ମଧ୍ୟ ଉଦ୍ୟମ କରାଯିବ।

ଗଣମାଧ୍ୟମ ରିପୋର୍ଟରେ ଅନୁଯାୟୀ ଜାନୁଆରୀ ପ୍ରଥମ ସପ୍ତାହରେ ପିଏମ ମୋଦୀ କୁଏତ ଗସ୍ତ କରିପାରନ୍ତି।

Related Posts