କୁମକୁମ ଭାଗ୍ୟ’ରେ ଆଉ ନଜର ଆସିବେନି ଅଭିଷେକ ମେହରା !

ଏକତା କପୁରଙ୍କ ପପୁଲାର ଶୋ’ ‘କୁମକୁମ ଭାଗ୍ୟ’ ରେ ଆଉ ନଜର ଆସିବେନି ଅଭିଷେକ ମେହରା ତଥା ଘରେ ଘରେ ଏହି ନାମରେ ପରିଚିତ ହୋଇଥିବା ଶୁମାର ଶବ୍‌ବୀର ଅହଲୁୱାଲିଆ | ସେ ଏହି ସିରିଏଲ କୁ ବାଏ ବାଏ କରିଛନ୍ତି | ଏହି ସିରିଏଲ ସହ ଥିବା ତାଙ୍କ ପ୍ରାୟ ୭ ବର୍ଷର ସମ୍ପର୍କକୁ ସେ ଛିନ୍ନ କରିଛନ୍ତି | ଯାହାକୁ ନେଇ ତାଙ୍କ ଫ୍ୟାନ୍ସ ମାନଙ୍କ ମଧ୍ୟରେ ଉଦାସ ଭାବ ଦେଖାଦେଇଛି । ଜୀବନରେ ଆଗକୁ ବଢ଼ିବାକୁ ଛୋଟ ପରଦାର ମୋଷ୍ଟ ହ୍ୟାଣ୍ଡସମ୍‌ ଓ ଟାଲେଣ୍ଟେଡ ଆକ୍ଟର ଏପରି ନିଷ୍ପତ୍ତି ନେଇଥିବା ଜଣାଯାଇଛି।

ଏକତା କପୁରଙ୍କ ପପୁଲାର ଶୋ’ ‘କୁମକୁମ ଭାଗ୍ୟ’ ଛାଡ଼ିବାକୁ ଶବ୍‌ବୀର ନିଷ୍ପତ୍ତି ନେଇ ସାରିଥିବା ବେଳେ ଏହାକୁ ନେଇ ଏବେ ଗ୍ଲାମର ଦୁନିଆରେ ଚର୍ଚ୍ଚା। ହେଲା ଏହାର ପ୍ରଭାବ ଉଭୟ ଏକତା ଓ ଶବ୍‌ବୀରଙ୍କ ସମ୍ପର୍କ ଉପରେ ପଡ଼ିବ ନାହିଁ ବୋଲି ଜଣାଯାଇଛି। ଏନେଇ ଏକତାଙ୍କ ସଂସ୍ଥା ପକ୍ଷରୁ ଅଫିସିଆଲି କିଛି କୁହାଯାଇ ନ ଥିବା ବେଳେ ଶବ୍‌ବୀର ବି ମୁହଁ ଖୋଲିବାକୁ ନାରାଜ ।

ସୂଚନା ଅନୁଯାୟୀ, ଶବ୍‌ବୀର ଏକ ମେଗା ସିରିଏଲରେ ମୁଖ୍ୟ ଚରିତ୍ର ପାଇଥିବା ବେଳେ ଆସନ୍ତା ମାର୍ଚ୍ଚ ବେଳକୁ ଏହା ଅନଲାଇନ୍‌ ହେବ । ଏଥିନିମନ୍ତେ କଥାବାର୍ତ୍ତା ସରିଥିବା ବେଳେ ଶବ୍‌ବୀର ପ୍ରୋଜେକ୍ଟ ସାଇନ୍‌ କରି ନ ଥିବା ଜଣାଯାଇଛି |

Related Posts