ପ୍ରଦୂଷଣ ନିୟନ୍ତ୍ରଣ ଉଲ୍ଲଙ୍ଘନ କରିଥିବା ଶତାଧିକ ପ୍ରତଷ୍ଠାନକୁ ବନ୍ଦ ପାଇଁ ନୋଟିସ

ଦେଶର ରାଜଧାନୀ ଦିଲ୍ଲୀ ରେ ବନ୍ଦ ହେବ ଅନେକ ପ୍ରଦୂଷଣ କାରି ପ୍ରତିଷ୍ଠାନ । ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜୋର୍ ସୋର୍ ରେ ପ୍ରସ୍ତୁତି ଆରଂଭ ହୋଇଛି । ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ନେଇଥିବା ପଦକ୍ଷେପଗୁଡ଼ିକ ସମ୍ପର୍କରେ ଆଜି ସୁପ୍ରିମକୋର୍ଟଙ୍କୁ ମଧ୍ୟ ଅବଗତ କରାଇଛନ୍ତି। ଏସବୁ ଭିତରେ ପ୍ରଦୂଷଣ ନିୟନ୍ତ୍ରଣ ଉଲ୍ଲଙ୍ଘନ କରିଥିବା ଶତାଧିକ ପ୍ରତଷ୍ଠାନକୁ ମଧ୍ୟ ବନ୍ଦ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନୋଟିସ ଦିଆଯାଉଛି। ଏହି ପ୍ରତିଷ୍ଠାନ ଗୁଡ଼ିକ ଦିଲ୍ଲୀ ଓ ଏନସିଆର ରିଜନରେ ରହିଛି।

ସୁପ୍ରିମକୋର୍ଟରେ କେନ୍ଦ୍ର ସରକାର ଦାଖଲ କରିଥିବା ସତ୍ୟପାଠରେ କହିଛନ୍ତି, ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ସକ୍ରିୟ ଆକ୍ସନ ପ୍ଲାନ ପ୍ରସ୍ତୁତ ହୋଇଛି। ଏହି ଯୋଜନା ଅନୁସାରେ ଗଠିତ ଫ୍ଲାଇଂ ସ୍କ୍ୱାଡ ବିଭିନ୍ନ ସ୍ଥାନରେ ରେଡ୍‌ କରିଛି। ଚଢ଼ଉ ବେଳେ ନିୟମ ଉଲ୍ଲଙ୍ଘନ କରିଥିବା ଶିଳ୍ପ ପ୍ରତିଷ୍ଠାନ, ଡିଜେଲ ଜେନେରେଟର ସେଟ୍ସ, ନିର୍ମାଣ କାମ ଓ ଉଚ୍ଛେଦ କାମ ଚାଲିଥିବା ଅନୁଷ୍ଠାନକୁ ବନ୍ଦ କରିବା ପାଇଁ ନୋଟିସ ଦିଆଯାଇଛି।

ଏହି ଫ୍ଲାଇଂ ସ୍କ୍ୱାଡ କେନ୍ଦ୍ର ସରକାର ଗଠନ କରିଛନ୍ତି। ଦିଲ୍ଲୀ-ଏନିସିଆର ରିଜନରେ ଏହି ଟିମ୍‌ ଯାଞ୍ଚ କରୁଛି। ଫ୍ଲାଇଂ ସ୍କ୍ୱାଡ ମୋଟ ୧୫୩୪ଟି ସ୍ଥାନରେ ରେଡ୍‌ କରିଥିଲା। ଏହି ସମୟରେ ନିୟମ ଉଲ୍ଲଙ୍ଘନ କରିଥିବା ୨୨୮ଟି ସାଇଟ୍‌କୁ ବନ୍ଦ କରିବାକୁ ନୋଟିସ୍‌ ଦିଆଯାଇଛି। ଏନଫୋର୍ସମେଣ୍ଟ ଟାସ୍କ ଫୋର୍ସ ପକ୍ଷରୁ ଏପରି ବନ୍ଦ ନୋଟିସ ପଠାଯାଇଛି।

Related Posts