କେରଳ କୋଚିର କିଜାକକମ୍ବଲାମରେ ପ୍ରବାସୀ ଶ୍ରମିକମାନେ ପୋଲିସ ଉପରକୁ ଆକ୍ରମଣ ଘଟଣା: ୨୪ ଶ୍ରମିକ ଗିରଫ

କେରଳ କୋଚିର କିଜାକକମ୍ବଲାମରେ ପ୍ରବାସୀ ଶ୍ରମିକମାନେ ପୋଲିସ ଉପରକୁ ଆକ୍ରମଣ ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୋଲିସ । ଆକ୍ରମଣ କରିବା ପୋଲିସ ଗାଡି ପୋଡ଼ିଦେବା କୁ ନେଇ ଦୁଇଟି ମାମଲା ରୁଜ୍ଜୁ ହୋଇଛି । ମୋଟ ୨୪ ଶ୍ରମିକଙ୍କୁ ଘଟଣାରେ ସଂପୃକ୍ତି ଥିବା ନେଇ ଗିରଫ କରାଯାଇଛି ।

ଗିରଫ ହୋଇଥିବା ୨୪ ଜଣଙ୍କ ମଧ୍ୟରୁ ୧୮ ଜଣଙ୍କୁ ସିଆଇଙ୍କୁ ହତ୍ୟା କରିବା ଉଦ୍ୟମରେ ଗିରଫ କରାଯାଇଥିବା ବେଳେ ୬ଜଣଙ୍କୁ ପୋଲିସ ଜିପ୍ ଜାଳି ଦେବା ନେଇ ଗିରଫ କରାଯାଇଛି । ଘଟଣାରେ ଅଧିକ ଲୋକଙ୍କ ସମ୍ପୃକ୍ତି ଥିବା ନେଇ ଅନୁମାନ କରାଯାଉଛି । ଅଧିକ ଲୋକ ଗିରଫ ହୋଇପାରନ୍ତି । ଘଟଣାରେ ୧୫୬ରୁ ଅଧିକଙ୍କୁ ପୋଲିସ ହେପାଜତକୁ ନିଆଯାଇଥିଲା ।

ପ୍ରକାଶ ଥାଉ କି, ଶନିବାର ମଧ୍ୟରାତ୍ରୀରେ ବଡଦିନ ଉତ୍ସବ ସମୟରେ କିଜାକକମ୍ବଲାମରେ ଏକ ଶ୍ରମିକ ଶିବିରରେ ପହଞ୍ଚିଥିବା ପୋଲିସ ଦଳ ଉପରେ ଆକ୍ରମଣ କରିଥିଲେ ପ୍ରବାସୀ ଶ୍ରମିକ ।

Related Posts