କୋରାପୁଟରେ ଲଜ୍ୟା: ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗ, ବୃଦ୍ଧ ଗିରଫ

କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଥାନା ଅଞ୍ଚଳରେ ଲଜ୍ୟା | ଛଅ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି | ମୋବାଇଲ ଦେଖାଇବାକୁ ଡାକି ଜଣେ ୬୦ ବର୍ଷୀୟ ବୃଦ୍ଧ ଏଭଳି କାଣ୍ଡ ଭିଆଇଥିବା ଶିଶୁ କନ୍ୟାର ମା’ ଅଭିଯୋଗ କରିଛନ୍ତି | ପୁଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି | ଅଭିଯୁକ୍ତ ଜଣଙ୍କ ହେଲେ ଭାଲୁ ମାଡ଼ତା। ଅଭିଯୁକ୍ତ ଜଣଙ୍କ ନାବାଳିକାର ଗାଁ ଲୋକ।

ଅଭିଯୋଗ ଅନୁଯାୟୀ, ଶିଶୁକନ୍ୟାଟି ଗାଁ ଦାଣ୍ଡରେ ଖେଳୁଥିବା ସମୟରେ ଅଭିଯୁକ୍ତ ତାକୁ ମୋବାଇଲ ଦେଖିବାକୁ ନିଜ ଘରକୁ ଡାକିଥିଲେ। ନାବାଳିକା ଜଣକ ମୋବାଇଲ ଦେଖିବାକୁ ତାଙ୍କ ଘରକୁ ଯିବାରୁ ସେ ତାକୁ ଦୁଷ୍କର୍ମ କରିଥିଲେ। ଏହି ଘଟଣା ବାହାରେ ପ୍ରଘଟ ନ କରିବାକୁ ଧମକ ମଧ୍ୟ ଦେଇଥିଲେ। ଏଥିରେ ଭୟଭୀତ ହୋଇ ଶିଶୁକନ୍ୟାଟିକୁ ଘରକୁ ଆସିଥିବା ବେଳେ କାହାକୁ କିଛି କହି ପାରି ନଥିଲା। ମାତ୍ର ବୁଧବାର ଯନ୍ତ୍ରଣା ଅସହ୍ୟ ହେବାରୁ ସେ ନିଜ ମା’କୁ ସବୁ କଥା ଜଣାଇଥିଲା।

ଘଟଣା ସଂପର୍କରେ ଶିଶୁକନ୍ୟାର ମା’ ଲକ୍ଷ୍ମୀପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ |

Related Posts