ନିର୍ବାଚନୀ ହିଂସା: ରାସ୍ତା ଉପରେ ମୁହାଁମୁହିଁ ହେଲେ ବିଧାୟକ-ପୂର୍ବତନ ବିଧାୟକ

ପଂଚାୟତ ନିର୍ବାଚନକୁ ନେଇ ସରଗରମ ହୋଇଛି ରାଜ୍ୟ ରାଜନୀତି | ବାଲେଶ୍ୱର ଜିଲ୍ଲା ସୋରରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି | ରାସ୍ତା ଉପରେ ଦୁଇ ବିଧାୟକ ମୁହାଁମୁହିଁ ହୋଇଛନ୍ତି | ଉଭୟଙ୍କ ମଧ୍ୟରେ ହେଲେ ଯୁକ୍ତିତର୍କ ହେବା ସହ ପୂର୍ବତନ ବିଧାୟକଙ୍କୁ ବିଧାୟକ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିଥିବାର ଭିଡିଓ ଏବେ ଭାଇରାଲ୍ ହେଉଛି |

ଗତ ବୁଧବାର ପଞ୍ଚାୟତ ନିର୍ବାଚନ ପ୍ରଚାରରେ ଯାଇଥିଲେ ସୋର ବିଧାୟକ ପର୍ଶୁରାମ ଧଡ଼ା। ଅନନ୍ତପୁର ନିକଟରେ ପୂର୍ବତନ ବିଧାୟକ ସୁରେନ୍ଦ୍ର ପରମାଣିକ ତାଙ୍କୁ ଅଟକାଇ ନିର୍ବାଚନ ମଣ୍ଡଳୀର ଟଙ୍କା ଅନ୍ୟତ୍ର ସ୍ଥାନାନ୍ତର ହେବା ନେଇ ପ୍ରଶ୍ନ କରିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ରାସ୍ତା ଉପରେ ଯୁକ୍ତିତର୍କ ହୋଇଥିଲା | ଏହି ସମୟରେ ସୋର ବିଧାୟକ ପର୍ଶୁରାମ ଧଡ଼ା ପୂର୍ବତନ ବିଧାୟକଙ୍କ ପ୍ରତି ଅଶାଳୀନ ଭାଷା ପ୍ରୟୋଗ କରିଥିବା ଭାଇରାଲ ଭିଡିଓରେ ଶୁଣିବାକୁ ମିଳୁଛି। ପରେ ତାଙ୍କ କର୍ମୀମାନେ ସୁରେନ୍ଦ୍ର ପରମାଣିକଙ୍କୁ ଠେଲାପେଲା ମଧ୍ୟ କରିଥିବା ଭିଡିଓରେ ଦେଖିବାକୁ ମିଳିଛି।

ପୂର୍ବତନ ବିଧାୟକ ସୁରେନ୍ଦ୍ର ପାରମାଣିକ କହିଛନ୍ତି, ବିଧାୟକ ଲୋକଙ୍କ ନିକଟରେ ଉତ୍ତରଦାୟୀ ରହୁ ନାହାନ୍ତି। ସାଧାରଣ ଲୋକ ତାଙ୍କୁ ପ୍ରଶ୍ନ ପଚାରିବାକୁ ସାହସ କରିପାରୁ ନାହାନ୍ତି। ମୁଁ ପଚାରିବାରୁ ସୁରକ୍ଷାକର୍ମୀ ଓ ପୁଲିସ୍‌ ଲଗାଇ ମୋତେ ହଟାଇ ପଳାଇଗଲେ।

Related Posts