କ୍ରୁଜ୍ ଡ୍ରଗ୍ସ ମାମଲାର ସାକ୍ଷୀ କିରଣ ଗୋସାଭି ଗିରଫ

ମୁମ୍ୱାଇ : କ୍ରୁଜ୍‌ ଡ୍ରଗ୍ସ ମାମଲାରେ ଆର୍ଯ୍ୟନ ଖାନ୍ ଗିରଫ ପରେ ଏବେ ମାମଲାର ଅନ୍ୟତମ ସାକ୍ଷୀ କେପି ଗୋସାବୀଙ୍କୁ ଗିରଫ କରିଛି ପୁଣେ ପୋଲିସ । କେପି ଗୋସାବୀ ଗତ କିଛି ଦିନ ହେଲା ଫେରାର ଥିଲା । ମହାରାଷ୍ଟ୍ରର ପୁଣେଠାରେ ପୋଲିସ ତାଙ୍କୁ ଗିରଫ କରିଛି । ଗୋସାବୀଙ୍କ ବିରୋଧରେ ପୁଣେଠାରେ ଠକେଇ ମାମଲା ରୁଜୁ ହୋଇଥିଲା

କେପି ଗୋସାବୀ ଗିରଫ ହେବା ପରେ ପୁଣେ ପୋଲିସ କହିଛି ଯେ ଗୋସାବୀ ସରେଣ୍ଡର କରିନଥିଲେ । ଆମେ ଇଣ୍ଟେଲିଜେଣ୍ଟ ଆଧାରରେ ତାଙ୍କୁ ଗିରଫ କରିଛୁ । ସେପଟେ ଆଜି କୋର୍ଟରେ ପୁଣିଥରେ ଆର୍ଯ୍ୟନ୍‌ ଖାନ୍‌ଙ୍କ ବେଲ୍‌ ଉପରେ ଶୁଣାଣି ହେବ । ଗତକାଲି ଶୁଣାଣି ହୋଇପାରିନଥିବାରୁ ବେଲ୍ ମିଳିପାରିନଥିଲା । ହେଲେ ଆଜି ପୁଣିଥରେ ମାମଲାର ଶୁଣାଣି ହେବ ।

Related Posts