ସମୀର ୱାଙ୍ଖେଡେଙ୍କ ବିପକ୍ଷରେ ଲାଞ୍ଚ ଅଭିଯୋଗର ତଦନ୍ତ କରିବ ମୁମ୍ବାଇ ପୋଲିସ

ମୁମ୍ୱାଇ : ମୁମ୍ବାଇ ପୋଲିସ ଏନସିବିର ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖେଡେଙ୍କ ବିରୋଧରେ ଲାଞ୍ଚ ଅଭିଯୋଗର ତଦନ୍ତ ପାଇଁ ୪ ଜଣ ଅଧିକାରୀଙ୍କୁ ନିଯୁକ୍ତି ଦେଇଛି । ଅତିରିକ୍ତ ପୋଲିସ ଆୟୁକ୍ତ ଦିଲୀପ ସାୱନ୍ତ ତଦନ୍ତ ଉପରେ ନଜର ରଖିବେ ।

ସମୀର ୱାଙ୍ଖେଡେଙ୍କ ବିରୋଧରେ ପ୍ରଭାକର ସେଲ, ସୁଧା ଦ୍ବିବେଦୀ, କନିଷ୍କ ଜୈନ ଓ ନିତିନ ଦେଶମୁଖ ଲାଞ୍ଚ କାରବାର ନେଇ ଅଭିଯୋଗ ହୋଇଛି । ସଂଯୁକ୍ତ ପୋଲିସ ଆୟୁକ୍ତ ବିଶ୍ବାସ ନାଙ୍ଗରେ ବୁଧବାର ଏସଂପର୍କରେ ଆଦେଶ ଜାରି କରିଛନ୍ତି । ଜଣେ ବରିଷ୍ଠ ଅଧିକାରୀ ଜାତୀୟ ଖବର ସଂସ୍ଥାକୁ କହିଛନ୍ତି ଯେ, ପୋଲିସ ସମୀର ୱାଙ୍ଖେଡେଙ୍କ ବିରୋଧରେ ରୁଜୁ ହୋଇଥିବା ସମସ୍ତ ୪ ଆବେଦନକୁ ‘କ୍ଲବ’ କରିଦେଇଛି ।

୪ ଆବେଦନକୁ ମାତା ରମାବାଇ ଆମ୍ବେଦକର ମାର୍ଗ ଥାନାରେ ଚିହ୍ନିତ କରାଯାଇଛି। ପ୍ରଭାକର ସେଲ, ସୁଧା ଦ୍ବିବେଦୀ, କନିଷ୍କ ଜେନ ଓ ନିତିନ ଦେଶମୁଖ ଦ୍ବାରା ଆଇଆଏସ ଅଧିକାରୀ ସମୀର ୱାଙ୍ଖେଡେଙ୍କ ବିରୋଧରେ ଲାଞ୍ଚ କାରବାର ନେଇ ଭିନ୍ନ ଭିନ୍ନ ଭାବରେ ମାମଲା ରୁଜୁ କରାଇଛନ୍ତି।

Related Posts