ଖସିବ ପାରଦ, ଆଜିଠୁ ବଢିବ ଶୀତ

ଧୀରେ ଧୀରେ ଏବେ ରାଜ୍ୟରେ ବଢ଼ିବାକୁ ଲାଗୁଛି ଶୀତ । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଶ୍ରୀଲଙ୍କାରୁ ଉତ୍ତର ବଙ୍ଗୋପସାଗରର କେନ୍ଦ୍ରୀୟ ଅଂଶ ପର୍ଯ୍ୟନ୍ତ ଲମ୍ବିଥିବା ପୂର୍ବା ପବନ ମଧ୍ୟ ଦେଇ ଯାଇଥିଲା ଟ୍ରଫ୍‌ ଲାଇନ ଏବେ ଶ୍ରୀଲଙ୍କାରୁ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନ ଆନ୍ଧ୍ରପ୍ରଦେଶ ଉପକୂଳ ଦେଇ ଅତିକ୍ରମ କରୁଥିବା ବେଳେ ଏହାର ପ୍ରଭାବରେ ଗତ ୨ ଦିନ ହେଲା ରାଜ୍ୟରେ କୋହଲା ପାଗ ଲାଗିରହିଛି । ଗୁରୁବାର ଦିନ ଦକ୍ଷିଣ ଉପକୂଳ ଓଡ଼ିଶା ସମେତ ଉତ୍ତର ଉପକୂଳ ଓ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର କିଛି କିଛି ସ୍ଥାନରେ ହାଲୁକାର ମଧ୍ୟମ ଧରଣର ବର୍ଷା ହୋଇଯାଇଛି । ଏଥିସହ ରାଜ୍ୟର ରାତ୍ରି ତାପମାତ୍ରାରେ ହ୍ରାସ ଘଟିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

Related Posts