ଖସିଲା ସଂକ୍ରମଣ: ରାଜ୍ୟରୁ ହଟିଲା ନାଇଟ କର୍ଫ୍ୟୁ

ରାଜ୍ୟରେ ଏବେ ତଳମୁହାଁ ରହିଛି ଦୈନିକ ସଂକ୍ରମିତଙ୍କ ସଂଖ୍ୟା । ଖସୁଥିବା ସଂକ୍ରମ୍ନମିତଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର
କୋଭିଡ଼ କଟକଣାରେ ପୁଣି କୋହଳ କରିଛନ୍ତି । ରାଜ୍ୟର ସମସ୍ତ ସହରାଞ୍ଚଳରୁ ହଟିଛି ନାଇଟ କର୍ଫ୍ୟୁ । ଆଜି(ଶୁକ୍ରବାର) ଠାରୁ ରାଜ୍ୟର ସମସ୍ତ ସହରାଞ୍ଚଳରୁ ରାତି 10 ଟାରୁ ସକାଳ 5 ଟା ପର୍ଯ୍ୟନ୍ତ ଲାଗିଥିବା କଟକଣା ହଟିଛି। । କୋଭିଡ଼ ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବାରୁ କଟକଣାକୁ କୋହଳ କରାଯାଇଛି ।

ରାଜ୍ୟରୁ ନାଇଟ କର୍ଫ୍ୟୁ ହଟିବା ପରେ ଏଣିକି ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ସହ ଗାଡି ଚାଳଚଳ ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ କାର୍ଯ୍ୟ କରିବେ। ଏନେଇ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। କୋଭିଡ ସଂକ୍ରମଣ କମୁଥିବାରୁ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ଗତ ଜାନୁଆରୀ ମାସରେ କୋଭିଡ଼ ସଂକ୍ରମଣକୁ ଆଖି ଆଗରେ ରଖି ରାତି 9 ଟା ରୁ ସକାଳ 5 ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ କଟକଣା ଲାଗୁ କରିଥିଲେ।ସଂକ୍ରମଣରେ କିଛି ପରିମାଣ ହ୍ରାସ ଘଟିବାରୁ ନାଇଟ କର୍ଫ୍ୟୁ କୋହଳ କରି ରାତି 9ଟା ପରିବର୍ତ୍ତେ ରାତି 10ଟାରୁ କର୍ଫ୍ୟୁ କଟକଣା ଲାଗୁ କରାଯାଇଥିଲା । ଏବେ ସମ୍ପୂର୍ଣ୍ଣ କଟକଣା ହଟିଛି । ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଲାଗୁ କରିବା ପାଇଁ SRC ବିଜ୍ଞପ୍ତିରେ ସ୍ପଷ୍ଟ କରିଛନ୍ତି ।

Related Posts