ପଞ୍ଚାୟତ ନିର୍ବାଚନ: ଦିନ 1ଟା ସୁଦ୍ଧା 65 ପ୍ରତିଶତ ମତଦାନ

ରାଜ୍ୟରେ ଚାଲିଥିବା ପଞ୍ଚାୟତ ନିର୍ବାଚନ ଲାଗି ମତଦାନର ଆଜି ଦ୍ବିତୀୟ ପର୍ଯ୍ୟାୟ ମତଦାନ । ତେବେ ଆଜି ଶେଷ ହୋଇଛି ମତଦାନ । ଦିନ 1ଟା ସୁଦ୍ଧା ୬୫ ପ୍ରତିଶତ ମତଦାନ ଶେଷ ହୋଇଛି । ରାଜ୍ୟ ନିର୍ବାଚନ କମିଶନ ସଚିବ ରବୀନ୍ଦ୍ର ନାଥ ସାହୁ ସୂଚନା ଦେଇଛନ୍ତି ।

ସେପଟେ, କୋଟିଆ ଗ୍ରାମପୁଞ୍ଜରେ ପଂଚାୟତ ନିର୍ବାଚନକୁ ଭଣ୍ଡରୁ କରିବାର ଆନ୍ଧ୍ରର ଷଡଯନ୍ତ୍ର ଭିତରେ ସକାଳ ୭ଟାରୁ ଭୋଟ ଗ୍ରହଣ ହୋଇଛି । କୋଟିଆରେ ଦିନ ୧୨ଟା ସୁଦ୍ଧା ୪୦ ପ୍ରତିଶତରୁ ଅଧିକ ମତଦାନ ହୋଇଛି । ଆଇନଶୃଙ୍ଖଳା ଦୃଷ୍ଟିରୁ ଆନ୍ଧ୍ର ସୀମାକୁ ସିଲ୍ କରିଛି ଓଡିଶା ପ୍ରଶାସନ । ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ୨ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି । ଗତବର୍ଷ ଆନ୍ଧ୍ର ଏଠାରେ ଏକତରଫା ନିର୍ବାଚନ କରିଥିଲା । ଏବେ ପାଳି ଓଡିଶାର ।

ପଂଚାୟତ ପାଇଁ ଆଜି କୋଟିଆରେ ମତଦାନ ଗ୍ରହଣ କରାଯାଇଛି । ମାଟି ଆଗରେ ପାର୍ଟି ପଛରେ ନାରା ଦେଉଥିବା ଜିଲ୍ଳାର ଆଗଧାଡ଼ିର ରାଜନେତା କୋଟିଆରେ ସର୍ବଦଳୀୟ ପ୍ରାର୍ଥୀ ମନୋନିତ କରିଛନ୍ତି ଯାହାକୁ ଟକ୍କର ଦେଉଛନ୍ତି ଜଣେ ସ୍ୱାଧିନ ପ୍ରାର୍ଥୀ । କୋଟିଆରେ ଏଥର ୫ ହଜାରରୁ ଅଧିକ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଛନ୍ତି । ଏବେ ସମସ୍ତଙ୍କ ନଜର ରହିଛି କୋଟିଆରେ ଓଡିଶାର ଭୋଟ ଉପରେ ।

Related Posts