ଖୁବ ଶୀଘ୍ର ହାତକୁ ଦୁଇ ହାତ ହେବାକୁ ଯାଉଛନ୍ତି ଫିଲ୍ମ ଅଭିନେତ୍ରୀ ମୌନି ରାୟ, ସାମ୍ନାକୁ ଆସିଲା ମୌନି-ସୁରଜଙ୍କ ବିବାହ ତାରିଖ

ଟିଭି ଏବଂ ଫିଲ୍ମ ଅଭିନେତ୍ରୀ ମୌନି ରାୟ ଖୁବ୍ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ଦୀର୍ଘ ଦିନ ଧରି ଦୁବାଇର ବିଜନେସମ୍ୟାନ୍ ସୁରଜ ନାମ୍ବିଆରଙ୍କ ସହ ଅଭିନେତ୍ରୀଙ୍କ ନାମ ଯୋଡ଼ା ଯାଉଥିବା ବେଳେ, ଉଭୟ ଗତ କିଛି ବର୍ଷ ଧରି ପରସ୍ପରକୁ ଡେଟ୍ କରୁଛନ୍ତି | କିଛି ଦିନ ପୂର୍ବରୁ ଖବର ଆସିଥିଲା ​ମୌନି ଏବଂ ସୁରଜ ଏହି ମାସ ଇଟାଲୀ କିମ୍ବା ଦୁବାଇରେ ବିବାହ କରିବେ। ଏବେ ଏହି ଦମ୍ପତି ଗୋଆରେ ବିବାହ କରିବାକୁ ଯାଉଛନ୍ତି। ଏଥି ସହିତ, ମୌନି ରାୟଙ୍କ ବିବାହ ପାଇଁ ପ୍ରସ୍ତୁତି ସମ୍ବନ୍ଧୀୟ ଅନେକ ତଥ୍ୟ ମଧ୍ୟ ସାମ୍ନାକୁ ଆସିଛି।

ଖବର ଅନୁଯାୟୀ, ମୌନି-ସୁରଜଙ୍କ ପ୍ରୀ ୱେଡିଂ ଫଙ୍କ୍ସନ୍ ଏହି ମାସର ଶେଷ ସପ୍ତାହରେ ଆରମ୍ଭ ହେବ। ବିବାହ ରୀତିନୀତି ଦୁଇ ଦିନ ଧରି ଚାଲିବ। ପ୍ରୀ ୱେଡିଂ ଫଙ୍କ୍ସନ୍ ଜାନୁଆରୀ ୨୬ ରୁ ଆରମ୍ଭ ହେବ ଏବଂ ପରଦିନ ଜାନୁଆରୀ ୨୭ରେ ମୌନି-ସୁରଜ ବିବାହ କରିବେ। ଉଭୟ ଦକ୍ଷିଣ ଗୋଆର ଏକ ଫାଇଭ୍ ଷ୍ଟାର୍ ହୋଟେଲ ବୁକ୍ କରିଛନ୍ତି। ବିବାହ ପ୍ରସ୍ତୁତି ଜୋରସୋରରେ ଚାଲିଛି। ୱେଡିଂ ଭେନ୍ୟୁକୁ ଧଳା ରଙ୍ଗରେ ସଜାଯିବ।

Related Posts