ଖୁସି ଖବର: ଦେଶରେ କମୁଛି ସଂକ୍ରମଣ,୧ ଲକ୍ଷ ତଳେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା

ଦେଶରେ ଏବେ ତଳ ମୁହାଁ ରହିଛି ଦୈନିକ ସଂକ୍ରମିତଙ୍କ ସଂଖ୍ୟା | କରୋନା ସଂକ୍ରମଣରେ ଏବେ ଲାଗିବାରେ ଲାଗୁଚି ବ୍ରେକ |ମୃତ୍ୟୁ ଓ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଥିବା ବେଳେ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୮୩ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୮୯୫ ଜଣଙ୍କ ମୃତ୍ୟୁ ହୋଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ, ୨୪ ଘଣ୍ଟାରେ ୮୩୮୭୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ କରୋନା ଜନିତ ଦୈନିକ ମୃତ୍ୟୁ ସଂଖ୍ୟା ୮୯୫ ଛୁଇଁଛି । ସେହିପରି ଦୈନିକ ପଜିଟିଭିଟି ରେଟ୍‌ ୭.୨୫% ରହିଛି। ରବିବାର ମୋଟ ୧୧,୫୬, ୩୬୩ଟି ନମୁନା ପରୀକ୍ଷା କରାଯାଇଥିଲା। ଗତକାଲି ତୁଳନାରେ ଦୈନିକ ସଂକ୍ରମଣ ୨୨% କମ। ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪,୨୨,୭୨,୦୧୪ ହୋଇଛି।

କେରଳର ସର୍ବାଧିକ ୨୬,୭୨୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମହାରାଷ୍ଟ୍ରରେ ୯,୬୬୬, କର୍ଣ୍ଣାଟକାରେ ୮,୪୨୫, ତାମିଲନାଡୁରେ ୬,୧୨୦ ଓ ମଧ୍ୟପ୍ରଦେଶରୁ ୫,୧୭୧ ଜଣ ସଂକ୍ରମିତ ସାମ୍ନାକୁ ଆସିଛନ୍ତି। ଏହି ୫ ରାଜ୍ୟରୁ ମୋଟ ସଂକ୍ରମଣର ୬୬.୯% ଆକ୍ରାନ୍ତ ରହିଛନ୍ତି। କେବଳ କେରଳରୁ ୩୧.୮୭% ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି।

ଏବେସୁଦ୍ଧା ଦେଶରେ ପ୍ରାୟ ୪ କୋଟି ୨୧ ଲକ୍ଷ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ୧୧୦୮୯୩୮ ସକ୍ରିୟ ମାମଲା ରହିଛି ଏବଂ ୪ କୋଟିରୁ ଅଧିକ ସୁସ୍ଥ ହୋଇ ଫେରିଛନ୍ତି । ଏତତ୍ ବ୍ୟତୀତ ୫୦୨୮୭୪ ସଂକ୍ରମିତ ପ୍ରାଣ ହରାଇଛନ୍ତି ।

Related Posts