ଘରୋଇ ବିମାନର ଜରୁରୀ ଅବତରଣ ବେଳେ ଘଟିଲା ଅଘଟଣ, ଆଖି ମୁଜିଲେ ୯ ଜଣ

ଜରୁରୀ ଅବତରଣ ବେଳେ ଘରୋଇ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ଏହି ଦୁର୍ଘଟଣାରେ ୯ଜଣ ଆଖି ବୁଜିଛନ୍ତି | ମୃତକମାନଙ୍କ ମଧ୍ୟରୁ ୭ ଜଣ ଯାତ୍ରୀ ଥିବା ବେଳେ ଅନ୍ୟ ୨ ଜଣ ବିମାନର ଚାଳକ (କ୍ରିୟୁ ସଦସ୍ୟ) ରହିଛନ୍ତି। ଡୋମିନିକାନ୍‌ ଗଣରାଜ୍ୟର ରାଜଧାନୀ ସାଣ୍ଟୋ ଡୋମିଂଗୋj ଲାସ୍ ଆମେରିକାସ ଏୟାରପୋର୍ଟରେ ଏହି ଦୁର୍ଘଟଣା ଘଟିଛି ।

ଖବର ଅନୁଯାୟୀ, ଏହି ଘରୋଇ ବିମାନଟି ଡୋମିନିକାନ୍ ରିପବ୍ଲିକର ଲା ଇସାବେଲା ଅନ୍ତର୍ଜାତୀୟ ବିମାନବନ୍ଦରରୁ ଫ୍ଲୋରିଡା ଅଭିମୁଖେ ଯାତ୍ରା କରୁଥିଲା । ହଠାତ୍‌ ବିମାରେ ଯାନ୍ତ୍ରିକ ତ୍ରୁଟି ଦେଖାଯାଇଥିଲା। ଯାହାଫଳରେ ବିମାନକୁ ଜରୁରୀକାଳୀ ଅବତରଣ ପାଇଁ ପାଇଲଟ ଉଚିତ ଭାବିଥିଲେ। ତେବେ ବିମାନଟି ଜରୁରୀଅବତରଣ ବେଳେ ଘଟିଥିଲା ଦୁର୍ଘଟଣା । ବିମାନ ଉଡ଼ାଣର ମାତ୍ର ୧୫ ମିନିଟ୍ ପରେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା।ଏଥିରେ ୯ଜଣ ମୃତ୍ୟୁ ହୋଇଯାଇଛି । ମୃତକଙ୍କ ମଧ୍ୟରୁ ୭ ଜଣ ଯାତ୍ରୀ ଥିବା ବେଳେ ଅନ୍ୟ ୨ ଜଣ ବିମାନର ଚାଳକ (କ୍ରିୟୁ ସଦସ୍ୟ) ରହିଛନ୍ତି। ଏହି ମୃତକଙ୍କ ମଧ୍ୟରେ ୬ ଜଣ ବିଦେଶୀ ନାଗରିକ ଅଛନ୍ତି। ଏହି ଘଟଣାରେ ମୃତ୍ୟୁବରଣ କରିଥିବା ୯ ଜଣଙ୍କ ମଧ୍ୟରେ ପୁଏର୍ତୋ ରିକାନ୍ ମ୍ୟୁଜିକ୍ ନିର୍ମାତା ଫ୍ଲୋ ଲା ମୁଭି ରହିଛନ୍ତି ।

Related Posts