ତାମିଲନାଡୁରୁ ପ୍ରଥମ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ

କାୟା ବିସ୍ତାର କରୁଛି ଓମିକ୍ରନ (Omicron) | ଦିନକୁ ଦିନ ଦେଶର ବିଭିନ ରାଜ୍ୟରେ ଓମିକ୍ରନ ଆକ୍ରନ୍ତଙ୍କ ସଂଖ୍ୟା ବଢୁଥିବା ଦେଖିବାକୁ ମିଳିଛି । ଦେଶରେ ଏବେ ୧୧ଟି ରାଜ୍ୟରେ ଓମିକ୍ରନ ମାମଲା ସାମ୍ନାକୁ ଆସିଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୩ରେ ପହଞ୍ଚିଛି । ଗତକାଲି ୩ଟି ରାଜ୍ୟ ତାମିଲନାଡୁ, ତେଲେଙ୍ଗାନା ଓ ପଶ୍ଚିମବଙ୍ଗରୁ ପ୍ରଥମ ଓମିକ୍ରନ ମାମଲା ଚିହ୍ନଟ ହୋଇଛି । ଏଥିସହ ଗତକାଲି ମହାରାଷ୍ଟ୍ରରୁ ମଧ୍ୟ ୪ଟି ମାମଲା ମଧ୍ୟ ପୁଣି ସାମ୍ନାକୁ ଆସିଥିଲା ।

ତାମିଲନାଡୁରେ ଚିହ୍ନଟ ହୋଇଥିବା ପ୍ରଥମ ଓମିକ୍ରନ ଆକ୍ରାନ୍ତ ବ୍ୟକ୍ତି ଜଣଙ୍କ ଚେନ୍ନାଇର ହୋଇଥିବା ବେଳେ ନିକଟରେ ସେ ନାଇଜେରିଆରୁ ଫେରିଥିଲେ । ବ୍ୟକ୍ତି ଜଣଙ୍କ ବୟସ ୪୭ ବର୍ଷ । ସେ ତାଙ୍କ ପରିବାରର ୬ଜଣ ସଦସ୍ୟଙ୍କ ସହ ଡିସେମ୍ବର ୧୦ ତାରିଖରେ ନାଇଜେରିଆରୁ ତାମିଲନାଡୁ ଆସିଥିଲେ । ପରିବାରର ୬ଜଣ ସଦସ୍ୟ କୋରୋନାରେ ଆକ୍ରାନ୍ତ ହୋଇଥିବାରୁ ସମସ୍ତଙ୍କୁ ଚେନ୍ନାଇର କିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ପ୍ରିଭେଣ୍ଟିଭ୍ ମେଡିସିନ୍ ଏବଂ ରିସର୍ଚ୍ଚରେ ଭର୍ତ୍ତି କରାଯାଇଛି । ଏଥିସହ ସମସ୍ତଙ୍କ ଆକ୍ରାନ୍ତଙ୍କ ନମୁନା ଜିନୋନେମ ସ୍ବିକେନସିଂ ପାଇଁ ପଠାଯାଇଛି ।

Related Posts