ଚର୍ଚ୍ଚାରେ ପାକିସ୍ତାନ ସାଂସଦ: ଯେଉଁ ଦିନ ଦ୍ଵିତୀୟ ପତ୍ନୀକୁ ଦେଲେ ଛାଡପତ୍ର ସେହିଦିନ କଲେ ତୃତୀୟ ବିବାହ

ଚର୍ଚ୍ଚାରେ ପାକିସ୍ତାନର ସତ୍ତାରୁଢ ପାର୍ଟି ପିଟିଆଇର ସାଂସଦ ତଥା ଲୋକପ୍ରିୟ ଟେଲିଭିଜନ ହୋଷ୍ଟ ଡ. ଆମିର ଲିୟାକତ ହୁସୈନ୍ | ନିଜ ତୃତୀୟ ବିବାହକୁ ନେଇ ଚର୍ଚ୍ଚାରେ ଅଛନ୍ତି ସାଂସଦ | ୪୯ ବର୍ଷୀୟ ସାଂସଦ ୧୮ ବର୍ଷିୟା ସଈଦା ଦାନିଆଙ୍କୁ ବିବାହ କରିଛନ୍ତି | ସେ ପୁଣି ଯେଉଁ ଦିନ ଦ୍ଵିତୀୟ ପତ୍ନୀକୁ ଛାଡପତ୍ର ଦେଇଛନ୍ତି ସେହିଦିନ ସେ ତୃତୀୟ ବିବାହ କରିଛନ୍ତି | ଏନେଇ ସେ ନିଜେ ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି ।

ଇନଷ୍ଟାରେ ନିଜ ତୃତୀୟ ପତ୍ନୀଙ୍କ ସହ ଫଟୋ ସେୟାର କରିବା ସହ ସଈଦାଙ୍କ ସହ ବିବାହ କରିଥିବାନେଇ ଉଲ୍ଲେଖ କରିଛନ୍ତି । ସଈଦା ଦକ୍ଷିଣ ପଂଜାବ ଲୋଧରଣର ଏକ ସମ୍ମାନଜନକ ପରିବାରର । ଏହାସହ ନିଜ ତୃତୀୟ ପତ୍ନୀଙ୍କ ବିଷୟରେ ଅନେକ କିଛି ପ୍ରଶଂସା କରିଛନ୍ତି ଲିୟାକତ । ତେବେ ତାଙ୍କର ଏହି ବିବାହ ସବୁ ଦିନ ପାଇଁ ତିଷ୍ଠି ରହୁବୋଲି ପ୍ରାର୍ଥନା କରିବାକୁ ସେ ଇନଷ୍ଟା ମାଧ୍ୟମରେ ଅନୁରୋଧ କରିଛନ୍ତି । ପୂର୍ବ ଜୀବନ ଚିନ୍ତାଜନକ ଥିଲା । କିନ୍ତୁ ଏବେ ସେଥିରୁ ମୁକ୍ତି ଚାହୁଁଛି ଏବଂ ଏକ ସୁନ୍ଦର ଜୀବ ଆଡକୁ ପାଦ ବଢାଇଛି ବୋଲି ଲେଖିଛନ୍ତି ଲିୟାକତ । ତାଙ୍କର ଦ୍ୱିତୀୟ ପତ୍ନୀ ତୁବା ଅମୀର ମଧ୍ୟ ଲିୟାକତଙ୍କ ଠାରୁ ଛାଡପତ୍ର ନେଇ ବେଶ୍ ଶାନ୍ତିରେ ଅଛନ୍ତି ବୋଲି ପୋଷ୍ଟ କରିଛନ୍ତି |

Related Posts