ଜଳପ୍ରପାତରେ ବୋଟ ଉପରେ ପାହାଡ ଧସି ଖସି ପଡିଲା ଏକ ପଥର ଖଣ୍ଡ, ଚାଲିଗଲା ୭ଜଣଙ୍କ ଜୀବନ, ୯ ଆହତ

ବ୍ରାଜିଲର ମିନସ ଗେରିସର କ୍ୟାପିଟୋଲିଓ ଓ କ୍ୟାନିୟୋନ୍ସରେ ଘଟିଛି ଅଘଟଣ | ଜଳପ୍ରପାତରେ ବୋଟ ଉପରେ ବସି ମଜା ନେଉଥିବା ପର୍ଯ୍ୟଟକଙ୍କ ବୋଟ ଉପରେ ଖସି ପଡିଲା ପଥରଖଣ୍ଡ | ଆଉ ଅକାଳରେ ଚାଲିଗଲା ୭ ଜୀବନ | ଦୁର୍ଘଟଣାରେ ଅନ୍ୟ ୯ ଜଣଙ୍କ ଅବସ୍ଥା ଗୁରୁତର ହୋଇଛି । ଛାତି ଦୋହଲାଇ ଦେବା ଭଳି ଦୁର୍ଘଟଣା ଘଟିଛି ।

ଏହି ସମୟରେ ପର୍ଯ୍ୟଟକମାନେ ଚିତ୍କାର କରିଥିଲେ । ପଥର ପଡିବା ସମୟରେ ବହୁ ଉଚ୍ଚକୁ ପାଣି ଉଠିଥିଲା । ଦୁର୍ଘଟଣାର ଦୃଶ୍ୟକୁ କେହି ଜଣେ ମୋବାଇଲ୍‌ରେ ଭିଡିଓ କରି ସୋସିଆଲ୍ ମିଡିଆରେ ପୋଷ୍ଟ କରିଛନ୍ତି। ଯାହା ଭାଇରାଲ ହେଉଛି। ଏହି ଦୁର୍ଘଟଣାରେ କିଛି ନିଖୋଜ ଥିବା ଜଣାପଡ଼ିଛି।

ସମସ୍ତ ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ହାଡ଼ ଭାଙ୍ଗି ଯାଇଛି। ୯ ଆହତଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ତାଙ୍କ ମୁଣ୍ଡ ଓ ମୁହଁରେ ଗଭୀର ଆଘାତ ଲାଗିଛି । ଗତ ଦୁଇ ସପ୍ତାହ ହେବ ସେଠାରେ ବର୍ଷା ଲାଗି ରହିଥିଲା । ଲଗାତାର ବର୍ଷା କାରଣକୁ ପଥର ଧସିଥିବା ଅନୁମାନ କରାଯାଉଛି | ପୋଲିସ ପକ୍ଷରୁ ନିଖୋଜ ବ୍ୟକ୍ତିଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି |

Related Posts