ନିର୍ବାଚନ ବିଧି ନିୟମ: 5 ରାଜ୍ୟର କୋଭିଡ ସାର୍ଟିଫିକେଟରୁ ହଟିବ ପ୍ରଧାନମନ୍ତ୍ରୀଙ୍କ ଫଟୋ

ଆଗକୁ ଦେଶର 5 ରାଜ୍ୟରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ | ତେବେ ନିର୍ବାଚନ ପୂର୍ବରୁ ନିର୍ବାଚନ ବିଧି ନିୟମ ଅନୁଯାଇ 5 ରାଜ୍ୟର କୋଭିଡ ସାର୍ଟିଫିକେଟରୁ ପ୍ରଧାନମନ୍ତ୍ରୀଙ୍କ ଫଟୋ ହଟାଯିବ |

ଏଥିସହ ଏହି 5 ଟି ରାଜ୍ୟରେ କୌଣସି ବିକାଶମୂଳକ କାର୍ଯ୍ୟ, ଯୋଜନା ଘୋଷଣା କିମ୍ବା ସରକାରୀ କାର୍ଯ୍ୟ ମଧ୍ୟ କରାଯାଇ ପାରିବ ନାହିଁ । ତେବେ ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ, ମଣିପୁରରେ ବିଧାନସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହିସବୁ ରାଜ୍ୟ ପାଇଁ କଟକଣା ଲଗାଯାଇଛି ।ନିର୍ବାଚନ ଆୟୋଗ ଶନିବାର 5 ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଥିଲେ ।

ଫେବୃଆରୀ ୧୦ରୁ ମାର୍ଚ୍ଚ ୭ ତାରିଖ ଯାଏଁ ଭୋଟ୍ ଗ୍ରହଣ ଏବଂ ମାର୍ଚ୍ଚ ୧୦ରେ ଫଳ ପ୍ରକାଶ ପାଇବ। ତେବେ ଏସବୁକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ଟିକା ପ୍ରମାଣପତ୍ରରୁ ମୋଦିଙ୍କ ଫଟୋ ହଟାଇବା ପାଇଁ Co-WIN ପ୍ଲାଟଫର୍ମକୁ ନିର୍ଦ୍ଦେଶ ଦେଇଛି ।

Related Posts