ବ୍ରାଜିଲରେ ଭୂସ୍ଖଳନ ଏବଂ ବନ୍ୟାର ତାଣ୍ଡବ: ୨୦୦ ଟପିଲା ମୃତ୍ୟୁ ସଂଖ୍ୟା, ଅନେକ ନିଖୋଜ

ବ୍ରାଜିଲ ତାଣ୍ଡବ ରଚିଛି ପ୍ରକୃତି | ଦକ୍ଷିଣ ପୂର୍ବ ରିଓ ଡି ଜେନେରିଓ ରାଜ୍ୟର ପେଟ୍ରୋପଲିସ୍ ସହରରେ ଭୂସ୍ଖଳନ ଏବଂ ବନ୍ୟା ହେଵା ଯୋଗୁ ବ୍ୟାପକ ଧନଜୀବନ ନଷ୍ଟ ହୋଇଛି | ଏଥିସହ ଅନେକ ଙ୍କ ପ୍ରାଣ ମଧ୍ୟ ହାନି ହୋଇଛି | ମୃତ୍ୟୁ ସଂଖ୍ୟା ୨୦୦ ଟପିଥିବାବେଳେ ଏବେବି ଅନେକ ନିଖୋଜ ଅଛନ୍ତି ।ଫଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ବୋଲି ସ୍ଥାନୀୟ କର୍ତ୍ତୃପକ୍ଷ କହିଛନ୍ତି।

ଏହି ପ୍ରମୁଖ ସହରର ମେୟର କହିବା ମୁତାବକ, ମାଟିତଳେ କେତେ ଲୋକ ଦବି ରହିଛନ୍ତି ତାହାର କୌଣସି ସଠିକ ଆକଳନ କରିବା କଷ୍ଟକର । ରିଓ –ଡି- ଜେନେରିଓର ଗଭର୍ଣ୍ଣରଙ୍କ ସୂଚନା ମୁତାବକ, ବନ୍ୟା ଓ ଭୁସ୍ଖଳନ ଯୋଗୁଁ ୪୦୦ରୁ ଅଧିକ ପରିବାର ବେଘର ହୋଇଯାଇଛି । ଏଠାରେ ଅଗ୍ନଶମ ବିଭାଗର ସୂଚନା ମୁତାବକ, ଏଥିରେ ମୃତ୍ୟୁସଂଖ୍ୟା ଆହୁରି ବଢିପାରେ । ଏଠାରେ ୫ ଦିନ ପୂର୍ବରୁ ଗୋଟିଏ ଦିନରେ ମାତ୍ର ୩ ଘଣ୍ଟାର ମୂଷଳ ବର୍ଷା ହୋଇଥିଲା । ଏତେ ପରିମାଣରେ ବର୍ଷା ହୋଇଥିଲା ଯେ ,ଯାହା ୩୦ ଦିନର ବର୍ଷା ସହ ସମାନ ।

ଏହାପୂର୍ବରୁ ୨୦୧୧ରେ ମଧ୍ୟ ରିଓ-ଡି-ଜେନାରିଓରେ ହୋଇଥିବା ବର୍ଷାରେ ପ୍ରାୟ ୯୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା |

Related Posts