କରୋନା ରେ ଆକ୍ରାନ୍ତ ହେଲେ ଟିଏମ୍‌ସି ସାଂସଦ ଡେରେକ ଓ’ବ୍ରାଇନ୍ | ଏନେଇ ସେ ନିଜେ ନିଜ ଟ୍ୱିଟରରେ ଏକ ପୋଷ୍ଟ କରି ସୂଚନା ଦେଇଛନ୍ତି | ଡେରେକ ଓ’ବ୍ରାଇନ୍ କହିଛନ୍ତି ଯେ ତାଙ୍କର ମଧ୍ୟମ ଧରଣର ଲକ୍ଷଣ ରହିଛି ଏବଂ ସେ ଘରେ ଅଲଗା ରହିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ସେ ସର୍ବଦା ‘ଅଲ୍‌ଟ୍ରା କେୟାର୍‌ଫୁଲ୍‌’ ରହନ୍ତି।

ଡେରେକ ଓ’ବ୍ରାଇନ୍ ଟ୍ୱିଟ୍ କରି କହିଛନ୍ତି ଯେ, “ଯଦି ଆପଣ ଗତ ତିନି ଦିନ ମଧ୍ୟରେ ମୋ ସଂସ୍ପର୍ଶରେ ଆସିଛନ୍ତି ତେବେ ଦୟାକରି ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।