ଟେଲିଭିଜନର ରାମ-ସୀତାଙ୍କ ଘରକୁ ଆସିବ ନୂଆ ଅତିଥି, ଫଟୋ ସେୟାର କରି ସୂଚନା ଦେଲେ ଖୋଦ ରାମ

ଟେଲିଭିଜନର ରାମ-ସୀତାଙ୍କ ଯୋଡି ଅର୍ଥାତ ଗୁରମିତ ଓ ଦେବିନାଙ୍କ ଘରକୁ ଆସିବ ନୂଆ ଅତିଥି | ଖୁବ୍‌ଶୀଘ୍ର ବାପା-ମା’ ହେବାକୁ ଯାଉଛନ୍ତି ଏ ଦୁହେଁ | ଏନେଇ ଦେବିନାଙ୍କ ଏକ ଫଟୋ ଶେଆର କରି ଗୁରମିତ ଖୋଦ୍‌ ସୂଚନା ଦେଇଛନ୍ତି।

ଗୁରମିତ ଯେଉଁ ଫଟୋ ଶେଆର କରିଛନ୍ତି, ସେଥିରେ ଦେବିନା ଏକ ମିନି ସ୍କର୍ଟ ପିନ୍ଧିଥିବା ବେଳେ ସେ ତାଙ୍କ ବେବି ବମ୍ପ ସହ ନଜର ଆସିଛନ୍ତି। ଫଟୋ ଶେଆର ଗୁରମିତ କ୍ୟାପସନରେ ଲେଖିଛନ୍ତି –‘ବର୍ତ୍ତମାନ ଆମେ ଦୁଇରୁ ତିନି ହେବାକୁ ଯାଉଛୁ। ଜୁନିୟର ଚୌଧୁରୀ ଆସିବାକୁ ଯାଉଛି। ତୁମ ସମସ୍ତଙ୍କ ଆଶୀର୍ବାଦ ଆବଶ୍ୟକ।’

ଦୁହେଁ ତାଙ୍କ ପିଲାଙ୍କୁ ନେଇ ଖୁବ୍‌ ଉତ୍ସାହିତ ଅଛନ୍ତି। ଦେବିନା ତାଙ୍କ ଗର୍ଭବତୀ ସମୟକୁ ଖୁବ୍‌ ଆନନ୍ଦର ସହ ଅତିବାହିତ କରୁଛନ୍ତି। ଦେବିନାଙ୍କର ଏହି ଖୁସି ଖବର ପାଇ ପ୍ରଶଂସକମାନେ ବହୁତ ଖୁସି ହୋଇ ଯାଇଛନ୍ତି। ଏହି ଷ୍ଟାର କପଲଙ୍କୁ ତାଙ୍କ ଫ୍ୟାନ୍‌ମାନେ ଶୁଭେଚ୍ଛା ଜଣାଇଛନ୍ତି।

୨୦୦୮ରେ ରାମାୟଣ ସିରିଏଲ୍‌ର ଶୁଟିଂ ସେଟ୍‌ରେ ଏଦୁହିଁଙ୍କ ସମ୍ପର୍କ ଆରମ୍ଭ ହୋଇଥିଲା। ଦୁହେଁ ରାମ ସୀତା ରୂପେ ଏଥିରେ ଅଭିନୟ କରିଥିଲେ। ୨୦୧୧ରେ ଗୁରମିତ ଏବଂ ଦେବିନା ବିବାହ କରିଥିଲେ |

Related Posts