ହାତକୁ ଦି ହାତ ହେବେ ବି-ଟାଉନ୍‌ର ଏହି ଚର୍ଚ୍ଚିତ ଯୋଡି…ପ୍ରସ୍ତୁତି ଆରମ୍ଭ !

ଖୁବ ଶୀଘ୍ର ହାତକୁ ଦୁଇ ହାତ ହେବାକୁ ଯାଉଛଂତି ବଲିଉଡର ଏହି ଯୋଡି | ସୁପରଷ୍ଟାର ରଣବୀର ଓ ଆଲିଆଙ୍କ ଶାହାନାଇ ବାଜିବ | ଆସନ୍ତା ଏପ୍ରିଲ ମାସରେ ଦୁହେଁ ରାଜସ୍ଥାନରେ ସାତ ଫେରା ନେବେ ବୋଲି ଶୁଣିବାକୁ ମିଳୁଛି। ଏନେଇ ଉଭୟଙ୍କ ପରିବାର ମଧ୍ୟରେ ଜୋରସୋର ପ୍ରସ୍ତୁତ ଆରମ୍ଭ ହୋଇଯାଇଛି।

ଅନେକ ଦିନ ହେବ ଆଲିଆ ଏବଂ ରଣବୀରଙ୍କ ବିବାହକୁ ନେଇ ବି-ଟାଉନରେ ଚର୍ଚ୍ଚା ଚାଲିଛି। ଏଭଳି ସ୍ଥିତିରେ ଦୁହେଁ ଡିସେମ୍ବର ୨୦୨୧ରେ ବିବହ କରିବେ ବୋଲି ଖବର ଆସିଥିଲା। କିନ୍ତୁ କରୋନା ଏବଂ କିଛି ବ୍ୟକ୍ତିଗତ ଅସୁବିଧା କାରଣରୁ ଏହାକୁ ଟାଳିବାକୁ ପଡିଥିଲା।

ମିଡିଆ ରିପୋର୍ଟ ମୁତାବକ ଏବେ ରଣବୀର ଏବଂ ଅଲିଆଙ୍କ ବିବାହର ପ୍ରସ୍ତୁତି ଜୋରସୋରରେ ଚାଲିଛି। କୁହାଯାଉଛି ଯେ ଏହି ଷ୍ଟାର ଦମ୍ପତ୍ତି ରାଜସ୍ଥାନର ରନ୍ଥାମ୍ଭୋରରେ ହାତକୁ ଦି ହାତ ହେବେ। ଏହି କପୁଲ ପ୍ରାୟତଃ ରାଜସ୍ଥାନର ରଣଥମ୍ଭୋରରେ ଛୁଟି କାଟିବା ପାଇଁ ଯାଆନ୍ତି। ଏହା ଉଭୟ ରଣବୀର ଏବଂ ଆଲିଆଙ୍କ ସବୁଠାରୁ ଫେଭରେଟ୍‌ ପ୍ଲେସ୍‌। ତେବେ ବିବାହକୁ ନେଇ ରଣବୀର ଓ ଆଲିଆଙ୍କ ପକ୍ଷରୁ କୌଣସି ଅଧିକାରୀକ ରୂପେ ବୟାନ ସାମ୍ନାକୁ ଆସିନାହିଁ।

Related Posts