ଗତ କିଛି ଦିନ ହେବ ସମଗ୍ର ଓଡ଼ିଶାରେ ଚର୍ଚାରେ ଥିବା ଡାକ୍ତର ସୁମିତ ଓ ତପସ୍ୱିନୀଙ୍କ ପାରିବାରିକ ଦ୍ଵନ୍ଦ କୁ ନେଇ ରୁଜୁ ହୋଇଥିବା ମାମଲାର ଆଜି ହେବ ଶୁଣାଣି । ବ୍ରହ୍ମପୁର ଏସଡିଜେଏମ କୋର୍ଟରେ ଏହି ମାମଲାର ଶୁଣାଣି କରାଯିବ । ସୁମିତଙ୍କ ଓକିଲ ତପସ୍ୱିନୀ ଦେଇଥିବା ମୂଳ ପିଟିସନର ଉତର କୋର୍ଟରେ ଲିଖିତ ଭାବେ ଜଣାଇବେ । ସୁମିତଙ୍କ ବିରୋଧରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ତପସ୍ୱିନୀ ।
ଭଡାଘର ଖୋଜି ଦେବାଠୁ ଆରମ୍ଭ କରି ଖାଇବା, ପିଇବା ଏବଂ ଔଷଧ ବ୍ୟବସ୍ଥା କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ ସତ୍ୱେ ଏହାକୁ ପାଳନ କରୁନଥିବା ଅଭିଯୋଗ କରି କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ତପସ୍ୱିନୀ । ଏହାରି ଭିତରେ ୧୪ ଦିନ ପରେ ସ୍ୱାମୀ ସୁମିତ ଗତକାଲି ମୁହଁ ଖୋଲିଥିଲେ । ଏକ ଅଡିଓ ଜାରି କରି ସୁମିତ କହିଥିଲେ ତପସ୍ୱିନୀ ତାଙ୍କର ଓ ତାଙ୍କ ପରିବାର ନାଁରେ ଅଯଥା କଥା ଗଣମାଧ୍ୟମରେ କହି ବଦନାମ କରୁଛନ୍ତି ।
କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ମୁଁ ଭଡ଼ାଘର ଖୋଜୁଛି । ମୋ ବିରୋଧରେ ଯାହା ଅଭିଯୋଗ ଆସିଛି ସବୁ ମିଥ୍ୟା । ମୋତେ ବଦନାମ କରିବା ପାଇଁ ଚକ୍ରାନ୍ତ କରାଯାଉଛି ।’ ଆହୁରି ମଧ୍ୟ ‘ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ୭ଦିନ ଏକାଠି ରହିବା ପରେ ଆମ ଭିତରେ ସମ୍ପର୍କରେ କୌଣସି ଉନ୍ନତି ଆସିନାହିଁ । ତପସ୍ବିନୀଙ୍କ ଯୋଗୁ ଯାହା ଅସୁବିଧା ହୋଇଛି ମୁଁ ଆସିକା ଥାନା ଅଧିକାରୀଙ୍କ ଜରିଆରେ କୋର୍ଟକୁ ଅବଗତ କରିଛି । ମୋତେ ଓ ମୋର ପରିବାରବର୍ଗଙ୍କୁ ଅଯଥାରେ ବଦନାମ କରାଯାଉଛି ।’
