ତଳମୁହାଁ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା: ୨୪ ଘଣ୍ଟା ମଧ୍ୟରେ 22,270 ନୂଆ ସଂକ୍ରମିତ ଚିହ୍ନଟ

ଧୀରେ ଧୀରେ ଦେଶରେ ଏବେ ଖସିବାକୁ ଲାଗୁଛି କରୋନା ର ଦୈନିକ ସଂକ୍ରମଣ | ନିୟନ୍ତ୍ରଣାଧୀନ ହେବାରେ ଲାଗିଛି ମହାମାରୀ କରୋନା | କ୍ରମଶଃ ସଂକ୍ରାମିତଙ୍କ ସଂଖ୍ୟା ଏବେ କମୁଥିବା ବେଳେ, ବହୁ ଦିନର ବ୍ୟବଧାନ ପରେ ଆଜି ଦୈନିକ ପଜିଟିଭ ମାମଲା ୨୫ ହଜାର ତଳେ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ 22,270 ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହାକି ଗତକାଲି(ଶୁକ୍ରବାର) ତୁଳନାରେ 14% କମ୍ । ସେହିପରି ଦିନକରେ 60,298 ଜଣ ସଂକ୍ରମିତ ସୁସ୍ଥ ହୋଇଥିବା ବେଳେ 325 ଜଣଙ୍କ ମୃତ୍ୟୁ ଘଟିଛି । ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

ମନ୍ତ୍ରଣାଳୟ ଅନୁଯାୟୀ, ଆଜିର ନୂତନ ସଂକ୍ରମଣକୁ ମିଶାଇ ବର୍ତ୍ତମାନ 2,53,739ଟି ସକ୍ରିୟ ମାମଲା ରହିଛି । ଏହି କ୍ରମରେ ଦେଶର ଦୈନିକ ପଜିଟିଭ୍ ରେଟ୍ ମଧ୍ୟ ହ୍ରାସ ପାଇଛି । ପଜିଟିଭ ହାର ଏବେ 1.8% ରହିଛି । ଏଯାବତ୍ ଭାରତରେ ମୋଟ 4,20,37,536 ସଂକ୍ରମିତ ସୁସ୍ଥ ହୋଇଥିବା ବେଳେ 5,11,230 ଜଣ କୋରୋନାରେ ପ୍ରାଣ ହରାଇଛନ୍ତି । ସେହିପରି ସମୁଦାୟ 175.03 କୋଟି ଡୋଜ୍ ଟୀକାକରଣ କରାଯାଇଛି । ସଂକ୍ରମଣ ହ୍ରାସ ସହ ଦେଶବ୍ୟାପୀ କୋଭିଡ କଟକଣା ମଧ୍ୟ କୋହଳ ହୋଇଛି |

Related Posts