ସୋପିଆନର ଜେନାପୁରରେ ଆତଙ୍କବାଦୀ ଓ ସୁରକ୍ଷା କର୍ମୀ ମୁହାଁମୁହିଁ, ଜଣେ ଆତଙ୍କୀ ନିପାତ

ପୁଣି ସୀମାରେ ଫୁଟିଲା ଗୁଳି | ଆତଙ୍କବାଦୀ ଓ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି | ଫଳରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି । ଆଜି ସକାଳ ସମୟରେ ଜମ୍ମୁକଶ୍ମୀର ସୋପିଆନ ଜିଲ୍ଲା ଜେନାପୁର ଚେରମର୍ଗରେ ଆତଙ୍କବାଦୀ ଓ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଏନକାଉଣ୍ଟର ଆରମ୍ଭ ହୋଇଥିଲା । ଏନେଇ ଜମ୍ମୁକାଶ୍ମୀର ପୋଲିସ ସୂଚନା ଦେଇଥିଲା ।

ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କୀ ନିପାତ ହୋଇଥିବା ବେଳେ ଏବେ ମଧ୍ୟ ଏନକାଉଣ୍ଟରେ ଜାରି ରହିଛି । ଆଜି ସକାଳ ସମୟରେ ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେସନ କରୁଥିବା ବେଳେ ଏନକାଉଣ୍ଟର ଆରମ୍ଭ ହୋଇଥିଲା । ବର୍ତ୍ତମାନ ଉକ୍ତ ଅଞ୍ଚଳରେ ସେନା ପକ୍ଷରୁ ଜୋରଦାର ସର୍ଚ୍ଚ ଅପରେସନ ଜାରି ରହିଛି । ଆତଙ୍କୀ ନିପାତ ଅଭିଯାନରେ ଲାଗି ପଡିଛନ୍ତି ସୁରକ୍ଷାକର୍ମୀ ।

Related Posts