କେନ୍ଦୁଝର() ଅଧିକ ରୋଜଗାର ସହ ଆର୍ଥିକ ସ୍ବଚ୍ଛଳ ଆଶାରେ ବିଦେଶ ଯାଇଥିଲେ। ଆଉ ଭାବିଥିଲେ ଟଙ୍କା ପଠାଇ ପରିବାରକୁ ଖୁସିରେ ରଖିବି। ହେଲେ ସେଠାରେ ଠାକାମିର ଶିକାର ହୋଇଛନ୍ତି । ତାଞ୍ଜାନିଆରେ ଫସିଛନ୍ତି ଓଡିଆ ଯୁବକ। ଆନନ୍ଦପୁର ଉପଖଣ୍ଡ ଶୈଲଙ୍ଗ ଅଞ୍ଚଳର ସତ୍ୟଦୀପ ସାହୁ ତାଞ୍ଜାନିଆରେ ଅଟକ ଅଛନ୍ତି। ସତ୍ୟଦୀପ ଜଣେ ଚାଟାର୍ଡ ଆକାଉଣ୍ଟାଣ୍ଟ ହୋଇଥିବା ବେଳେ ଦେଢ଼ ମାସ ତଳେ ତାଞ୍ଜାନିଆର ଆପେଲ ପେଟ୍ରୋଲିୟମ ଲିମିଟେଡ ନାମକ ଏକ କମ୍ପାନୀରେ ଚାକିରି ପାଇଁ ଯାଇଥିଲେ। କିନ୍ତୁ ସେଠାରେ ସେ ଜାଣିବାକୁ ପାଇଲେ ଯେ ଏହା ଏକ ଫେକ୍ କମ୍ପାନୀ। ପୁଅକୁ ଫେରାଇ ଆଣିବା ପାଇଁ ମାଆ ଆକୁଳ ନିବେଦନ କରିଛନ୍ତି। କମ୍ପାନୀ ପକ୍ଷରୁ ତାଙ୍କୁ ଦରମା ଦିଆଯାଉନଥିବାବେଳେ ସତ୍ୟଦିପଙ୍କ ପାସପୋର୍ଟକୁ କମ୍ପାନୀ କର୍ତ୍ତୃପକ୍ଷ ନେଇଯାଇଥିବା ଅଭିଯୋଗ ହୋଇଛି। ବର୍ତ୍ତମାନ ପଣବନ୍ଦୀ ଅବସ୍ଥାରେ ଥିବା ଅଭିଯୋଗ କରିଛନ୍ତି ତାଙ୍କ ମାଆ। ଏଣୁ ସତ୍ୟାଦୀପଙ୍କୁ ଫେରାଇ ଆଣିବା ପାଇଁ ବୃଦ୍ଧା ମାଆ ପ୍ରଶାସନକୁ ନିବେଦନ କରିଛନ୍ତି।