ତିହାଡ ଜେଲରେ କଏଦୀଙ୍କ ହରକତକୁ ନେଇ ଚିନ୍ତାରେ କର୍ତ୍ତୃପକ୍ଷ, ନିଜେ ନିଜର ମୁଣ୍ଡ ଫଟାଇ ୫ କଏଦୀ ଆହତ

ତିହାଡ ଜେଲରେ କିଛି କଏଦୀ ଉତ୍ପାତ ଖେଲାଇଛନ୍ତି | ଯାହାକୁ ନେଇ କର୍ତ୍ତୃପକ୍ଷ ଚିନ୍ତାରେ ପଡ଼ିଯାଇଛନ୍ତି । କିଛି କଏଦୀ ନିଜ ମୁଣ୍ଡକୁ ଲୁହାରେ ପିଟି ଜାଣି ଜାଣି ଆହତ ହେଉଛନ୍ତି । ଏହାର ଦୃଶ୍ୟ ସିସିିଟିଭି ଫୁଟେଜ୍ ରେ ଦେଖି ଜେଲ୍ କର୍ମୀ ମାନେ ଯାଇ ସେମାନଙ୍କୁ ଉଦ୍ଧାର କରିଛନ୍ତି । ଜେଲ୍ ପ୍ରଶାସନର କହିବା କଥା ଯେ, ଅନେକ ଦିନରୁ କଏଦୀ ମାନେ ଜଣେ ଅନ୍ୟଜଣଙ୍କ ଉପରେ ଆକ୍ରମଣ କରୁଛନ୍ତି ।

ତେଣୁ କଏଦୀଙ୍କ ଉପରେ କଡ଼ା ନଜର ରଖାଯାଉଛି । ତେବେ ଏଥିରୁ ବର୍ତ୍ତିବା ପାଇଁ କଏଦୀ ମାନେ ନିଜକୁ ନିଜେ ଆହତ କରୁଛନ୍ତି । ସମସ୍ତଙ୍କୁ ଜେଲ ହସ୍ପିଟାଲରେ ଚିକିତ୍ସା କରାଯାଉଛି ।

ଜେଲ୍ ଅଧିକାରୀଙ୍କ ସୂଚନା ମୁତାବକ, ଏହି ଘଟଣା ମଙ୍ଗଳବାର ଦିନ ହୋଇଛି । ଜେଲରେ ନମ୍ବର ୩ ରେ ଥିବା ୫ ଜଣ କଏଦୀ ହଠାତ୍ ହଙ୍ଗାମା କରିବାକୁ ଲାଗିଲେ । ସେମାନେ ନିଜ ମୁଣ୍ଡକୁ ଅଚାନକ ଲୁହାରେ ପିଟିବାକୁ ଲାଗିଥିଲେ । ସିସିଟିଭିରେ ଜେଲକର୍ମୀ ମାନେ ଏହାକୁ ଦେଖି ତୁରନ୍ତ ସେମାନଙ୍କ ପାଖକୁ ଯାଇଥିଲେ ଓ ବଞ୍ଚାଇଥିଲେ । ଉକ୍ତ ୫ଜଣଙ୍କୁ ବାହାରକୁ ବାହାର କରାଯାଇ ଚିକିତ୍ସା ପାଇଁ ହସ୍ପିଟାଲକୁ ପଠାଯାଇଛି ।

ସେହିପରି ପୋଲିସ୍ ଅଧିକାରୀ ଦୀନଦୟାଲ୍ ଉପାଧ୍ୟାୟଙ୍କ ସୂଚନା ମୁତାବକ, ତିହାଡ ଜେଲରେ କଏଦୀଙ୍କୁ ସର୍ଚ୍ଚ କରାଯାଉଥିବା ସମୟରେ ଜଣଙ୍କ ପାଖରେ ଗୋଟିଏ ମୋବାଇଲ୍ ଦେଖିବାକୁ ମିଳିଥିଲା । ଉକ୍ତ କଏଦୀଙ୍କ ନାମ ହେଉଛି ସନ୍ତୋଷ । ଏହି ସମୟରେ ୱାର୍ଡର୍ ମୋବାଇଲ୍ ନେବା ପାଇଁ କଏଦୀ ପାଖକୁ ଯିବା ବେଳକୁ ସେ ମୋବାଇଲ୍ କୁ ଟିକୁ ଗିଳି ଦେଇଥିଲା । ଯାହାଫଳରେ ତାଙ୍କ ସ୍ୱାସ୍ଥ୍ୟ ବିଗିଡ଼ିଯାଇଥିଲା ଓ ତାକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

Related Posts