ତୃଣମୁଳ କଂଗ୍ରେସରେ ଯୋଗ ଦେଲେ କଂଗ୍ରେସର ଗୋଆ ପ୍ରଦେଶ କାର୍ଯ୍ୟକାରୀ ସଭାପତି ଆଲେକ୍ସୋ ରେଜିନାଲ୍ଡୋ ଲୋରେଙ୍କୋ

ସୋମବାର କଂଗ୍ରେସରୁ ଇସ୍ତଫା ଦେବା ପରେ ତୃଣମୁଳ କଂଗ୍ରେସରେ ଯୋଗ ଦେଲେ କଂଗ୍ରେସର ଗୋଆ ପ୍ରଦେଶ କାର୍ଯ୍ୟକାରୀ ସଭାପତି ଆଲେକ୍ସୋ ରେଜିନାଲ୍ଡୋ ଲୋରେଙ୍କୋ । କୁର୍ଟୋରିମର ବିଧାୟକ ଭାବରେ ସେ ୨୦୧୭ ରେ କଂଗ୍ରେସ ଦଳରୁ ନିର୍ବାଚିତ ହେଇଥିଲେ ।

କଂଗ୍ରେସର ହାତ ଛାଡି ଦିଦିଙ୍କ ଟିମରେ ସାମିଲ ହେଇଛନ୍ତି ଗୋଆ କଂଗ୍ରେସର କାର୍ଯ୍ୟକାରୀ ସଭାପତି ଆଲେଇକ୍ସୋ ରେଜିନାଲ୍ଡୋ ଲୋରେଙ୍କୋ । ମଙ୍ଗଳବାର ମମତା ବାନାର୍ଜୀଙ୍କ ଉପସ୍ଥିତିରେ ସେ ତୃଣମୃଣ କଂଗ୍ରେସରେ ଯୋଗ ଦେଇଛନ୍ତି । ଆଲେଇକ୍ସୋ ରେଜିନାଲ୍ଡୋଙ୍କୁ ଗୋଆ ବିଧାନସଭାର ଶ୍ରେଷ୍ଠ ପ୍ରଦର୍ଶନକାରୀ ବିଧାୟକ ବୋଲି ଟୁଇଟ କରି ସୂଚନା ଦେଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ । ଗୋଆ କୁର୍ଟୋରିୟମ୍ରୁ ତିନି ତିନି ଥର ବିଧାୟକ ହୋଇଥିବା ଆଲେକ୍ସୋ ହଠାତ ଇସ୍ତଫା ଦେବା କଂଗ୍ରେସକୁ ବଡ ଝଟକା ଦେଇଛି । କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ, ଆଲେକ୍ସୋ ଦଳ ସହ ବିଶ୍ୱାସଘାତତା କରିଛନ୍ତି । ସେ ଯେଉଁ ଦଳରେ ଯୋଡି ହୋଇଛନ୍ତି ତାହା ଆତ୍ମହତ୍ୟା କରିବା ସହ ସମାନ ।

Related Posts