ଦକ୍ଷିଣ ଚୀନର କାଫେଟେରିଆରେ ଭୟଙ୍କର ବିସ୍ଫୋରଣ: ୧୬ ଜଣ ମୃତ ଓ ୧୦ ଆହତ, ଗ୍ୟାସ୍‌ ନିର୍ଗତ କାରଣରୁ ବିସ୍ଫୋରଣ ହୋଇଥିବା ସନ୍ଦେହ !

ଦକ୍ଷିଣ ଚୀନର ଏକ କାଫେଟେରିଆରେ ଭୟଙ୍କର ବିସ୍ଫୋରଣ | ଏହି ଅଘଟଣରେ ୧୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି। ସମସ୍ତ ଆହତ ମାନଙ୍କୁ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି | ଏନେଇ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି |

ବିସ୍ଫୋରଣ ନେଇ ଚୋଙ୍ଗକ୍ବିଙ୍ଗ୍‌ ସହରର ସରକାର ଅନ୍‌ଲାଇନ୍‌ ବୟାନ୍‌ରେ କହିଛନ୍ତି ଯେ, ଗ୍ୟାସ୍‌ ନିର୍ଗତ କାରଣରୁ ବିସ୍ଫୋରଣ ହୋଇଥିବା ସନ୍ଦେହ କରାଯାଉଛି।

ବିସ୍ଫୋରଣ ହେବା ଫଳରେ କାଫେଟେରିଆ ଭୁଶୁଡ଼ିଯାଇଥିଲା। ଭିତରେ ଥିବା ଲୋକେ ଚାପି ହୋଇଯାଇଥିଲେ। ସୂଚନା ମିଳିବା ପରେ ପୋଲିସ ଓ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଦିନ ୧୨ଟା ୧୦ରେ ଏହି ବିସ୍ଫୋରଣ ଉଲଙ୍ଗ ଜିଲ୍ଲାରେ ହୋଇଥିଲା, ଯାହାକି ଚୋଙ୍ଗକ୍ବିଙ୍ଗ୍‌ ସହର କେନ୍ଦ୍ର ଠାରୁ ୧୨୦ କିଲୋମିଟର ଦୂରରେ ଅବସ୍ଥିତି |

Related Posts