ଭବାନୀପାଟଣା,(ସତ୍ୟପାଠ ବ୍ୟୁରୋ): ମୋ ସ୍ବାମୀଙ୍କୁ ସେମାନଙ୍କ କବଳରୁ ଉଦ୍ଧାର କରି ଦିଅ। ମୋର ତିନି ତିନିଟି ଛୁଆ। ସେମାନଙ୍କୁ ଧରି ଏକା କେମିତି ରହିବି, ସେମାନଙ୍କ ପେଟକୁ ଦୁଇ ମୁଠା ଦାନା କେମିତି ଦେବି। ମୋ ଛୁଆ ଉପରେ ଦୟା କରନ୍ତୁ ମୋହନ ସରକାର। ଏଭଳି କାନ୍ଦି କାନ୍ଦି ଆକୁଳ ନିବେଦନ କରିଛନ୍ତି ଦାଦନ ଖଟିବାକୁ ଯାଇଥିବା ଶ୍ରମିକଙ୍କୁ ସ୍ତ୍ରୀ ସୁମିତ୍ରା ମାଝୀ। ଏଭଳି ଦୃଶ୍ୟ େଦଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଥୂଆମୂଳ ରାମପୁର ବ୍ଲକରେ। ଏ େନଇ ସୁମିତ୍ରା ଥୂଅାମୂଳ ରାମପୁର ଥାନାରେ ଅଭିଯୋଗ କରିଛନ୍ତି। େପାଲିସ ଅଭିଯୋଗକୁ ଭିତ୍ତି କରି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି। ନିଖୋଜ ଯୁବକ ଜଣକ େହଲେ ଥୂଆମୂଳ ରାମପୁର ବ୍ଲକର ଘାସିିରାମ ମାଝୀ (୩୦)।
ଅଭିଯୋଗନୁଯାୟୀ, ଗତମାସ ୩୦ ତାରିଖରେ ଘାସିରାମ ନିଜ ଗାଁର ଦୁଇ ଜଣ ସାଙ୍ଗଙ୍କ ସହ କେରଳମ ଏର୍ଣ୍ଟାକୁଲମରେ ଥିବା ଏକ କମ୍ପାନୀରେ କାମ କରିବାକୁ ଯାଇଥିଲେ। ଗତ ୧ରେ ଘାସିରାମ କେରଳମରେ ପହଞ୍ଚି ଥିବା େନଇ ଫୋନ ଯୋଗେ କହିଥିଲେ। କିନ୍ତୁ ୪ ତାରିଖରେ ତାଙ୍କ ସାଙ୍ଗ ଫୋନ କରି ଘାସିରାମକୁ କେହି ଅଟକ ରଖି ଟଙ୍କା ଦାବି କରୁଥିବା ନେଇ କହିଥିଲେ। ଏପରିକି ସେମାନେ କହିଥିଲେ କି କେରଳମ େଟ୍ରନରେ କିଛି େଲାକେ ପୋଲିସ ଡ଼୍ରେସ ପିନ୍ଧ ୩ ଜଣଙ୍କୁ ନେଇ ଏକ ବନ୍ଦ କୋଠରୀରେ ରଖି ନିର୍ଯାତନା ଦେଉଥିଲେ। କୌଶଳକ୍ରମେ ଆମେ ୨ ଜଣ ଖସି ଅାସିଥିଲା େବଳେ ଘାସିରାମ ଏବେ ବି ସେଠାରେ ଫସି ରହିଛନ୍ତି। ତାଙ୍କୁ ଉଦ୍ଧାର କରିବା ପାଇଁ ଟଙ୍କା ମାଗୁଥିବା ତାଙ୍କ ସାଙ୍ଗ କହିଛନ୍ତି। ଏ ନେଇ ତାଙ୍କ ସ୍ତ୍ରୀ ସୁମିତ୍ରା ଥାନାର ଦ୍ବାରସ୍ଥ ହେବା ସହ ରାଜ୍ୟ ସରକାରଙ୍କୁ ତାଙ୍କ ସ୍ବାମୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ଦାବି କରିଛନ୍ତି।
