ଦିଘାରେ ବଡ଼ ଦେଉଳ ତୋଳିବା ଜିଦିରେ ଦିଦି

ସତ୍ୟପାଠ 20/12 ଦିଘା: ଦେଶର ଚାରି ଧାମ ମଧ୍ୟରୁ ଗୋଟିଏ ହେଉଛି ପୁରୀ ବା ଶ୍ରୀକ୍ଷେତ୍ର । କୋଟି ଓଡିଆଙ୍କ ସକାଳ ଓ ସନ୍ଧ୍ୟା ମହାପ୍ରଭୁ ଜଗନ୍ନାଥଙ୍କ ଠାରୁ ଆରମ୍ଭ ହୋଇ ତାଙ୍କ ଠାରେ ଶେଷ ହୋଇଥାଏ । ପୁରୀକୁ ସବୁଦିନ ଯେତେ ଓଡିଆ ଆସିଥାନ୍ତି ସେତିକି ବଙ୍ଗାଳୀ ଲୋକ ମଧ୍ୟ ଆସୁଥିବା ଦେଖାଯାଏ ।

ପଶ୍ଚିମବଙ୍ଗର ଅଧିକାଂଶ ବଙ୍ଗାଳି ଲୋକ ପୁରୀକୁ ପସନ୍ଦ କରୁଥିବାରୁ ବୋଧହୁଏ ଦିଦି ଦୀଘାକୁ ଦ୍ୱିତୀୟ ପୁରୀ ବା ଦ୍ୱିତୀୟ ଶ୍ରୀକ୍ଷେତ୍ର କରିବାକୁ ଜିଦି ଧରିଛନ୍ତି । ପୁରୀରେ ଯେଉଁଭଳି ଜଗନ୍ନାଥ ମନ୍ଦିର ରହିଛି ଅବିକଳ ସେହିପରି ଜଗନ୍ନାଥ ମନ୍ଦିର ନିର୍ମାଣ ହେବ ଦିଦି ଭାଷଣରେ କହିଛନ୍ତି । ଅବଶ୍ୟ ଏହି ଘଟଣାଟି ନୂଆ ନୁହେଁ । 3 ବର୍ଷ ପୂର୍ବରୁ ଏ କଥା କହିଛନ୍ତି ମମତା ଦିଦି । କିନ୍ତୁ ବର୍ତ୍ତାମାନ ନିର୍ବାଚନ ପୂର୍ବରୁ ଏହି ଘୋଷଣା ପୁଣି ଥରେ କରିଛନ୍ତି ମମତା ବାନାର୍ଜୀ । ଯାହାକୁ ନେଇ ପୁଣିଥରେ ଆରମ୍ଭ ହୋଇଗଲାଣି ଚର୍ଚ୍ଚା । ନିକଟରେ ମମତା ବାନାର୍ଜୀ କହିଛନ୍ତି ମୁଁ ଏଥିପାଇଁ ଟଙ୍କା ମଞ୍ଜୁର କରିସାରିଛି । ଅବିକଳ ପୁରୀ ଜଗନ୍ନାଥ ମନ୍ଦିର ଭଳି ଦୀଘା ସମୁଦ୍ରକୂଳରେ ମଧ୍ୟ ଏକ ମନ୍ଦିର ନିର୍ମାଣ ହେବ । ପ୍ରତି ସମୁଦ୍ରକୂଳରେ ମନ୍ଦିର ନିର୍ମାଣ ହେବା ଉଚିତ୍ । ପୁରୀ ଭଳି ଦୀଘା ମଧ୍ୟ ଜଗନ୍ନାଥ ତୀର୍ଥ ନାଁ ରେ ଜଣାଯିବ ବୋଲି ସେ କହିଛନ୍ତି । ପୁରୀଠୁ କୌଣସି ଗୁଣରେ କମ୍ ନୁହେଁ ଦୀଘା ବିଚ୍ । ଏଠାରେ ଜଗନ୍ନାଥ ମନ୍ଦିରଟି ହେଲେ ଲୋକ ବେଶି ଆକୃଷ୍ଟ ହେବେ । ଦିଦିଙ୍କ ମୁଣ୍ଡରେ ଏମିତି କିଛି ଯୋଜନା ଚାଲିଛି ।

ଅନ୍ୟପଟେ ସୌଭାଗ୍ୟ ବଶତଃ ପୁରୁଣା ଦୀଘା ଏବଂ ନୂଆ ଦୀଘା ମଧ୍ୟରେ ଏକ ଜଗନ୍ନାଥ ମନ୍ଦିର ରହିଛି । ସେହି ଅଞ୍ଚଳକୁ ଜଗନ୍ନାଥ ଘାଟ ବୋଲି କୁହାଯାଏ । କିନ୍ତୁ ସେଠାରେ ଥିବା ମନ୍ଦିରଟି ଦେଖିବାକୁ ଅତ୍ୟନ୍ତ ଛୋଟ । ସେଠାରେ ଏକ କାଳୀ ମୂର୍ତ୍ତ ଓ ଲୋକନାଥଙ୍କ ମୂର୍ତ୍ତି ମଧ୍ୟ ରହିଛି । ଏଥିପାଇଁ ପଶ୍ଚିମବଙ୍ଗ ସରକାର ଏଠାରେ ପୁରୀ ମନ୍ଦିର ଭଳି ଏକ ମନ୍ଦିର ନିର୍ମାଣ କରିବାକୁ 3 ବର୍ଷ ପୂର୍ବରୁ ଯୋଜନା କରିଛନ୍ତି ।ଏଠି ଆମେ କହିପାରିବା ଦିଦି ଓଡିଶାକୁ ବୋଧେ ବେଶି ଭଲ ପାଆନ୍ତି । ସେଥିପାଇଁ ସେ ଓଡିଶାର ପ୍ରତିଟି ଜିନିଷ ଉପରେ ଦିଦିଙ୍କ ନଜର । କେତେବେଳେ ଓଡିଶାର ରସଗୋଲା ଉପରେ ତାଙ୍କର ନଜର ତ କେତେବେଳେ ଜଗନ୍ନାଥ ମନ୍ଦିର । ରସଗୋଲାକୁ ନେଇ ଦିଦି ଏପରି ବିବାଦ କଲେ ଯେ ତାଙ୍କ ରସଗୋଲାକୁ ଜିଆଇ ଟ୍ୟାଗ ମଧ୍ୟ ମିଳିଗଲା । ଏବେ ପୁଣି କହୁଛନ୍ତି ଜଗନ୍ନାଥ ମନ୍ଦିର ତିଆରି କରିବେ । ତେବେ ଏମିତି ନହେଉ ଯେ ପଶ୍ଚିମବଙ୍ଗକୁ ଆଗାମୀ ଦିନରେ ଜଗନ୍ନଥା ଧାମ ନାଁ ରେ ଜଣାଯିବ । ରସଗୋଲାକୁ ନକଲ କରି ହେଲନିଜେ ଏବେ ଶ୍ରୀମନ୍ଦିରକୁ ନକଲ କରିବାକୁ ବସିଲେଣି |

Related Posts