କୋଲକାତା(ସତ୍ୟ ପାଠ ବ୍ୟୁରୋ): ପଶ୍ଚିମବଙ୍ଗରେ ମମତା ଗଡ଼ ଭୁଶୁଡ଼ିବା ପରେ ଦିଦିଙ୍କ ହାତ ଛାଡ଼ୁଛନ୍ତି ତୁଙ୍ଗ ନେତା। ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀଙ୍କ ଘନିଷ୍ଠ କୁହାଯାଉଥିବା କାମରହାଟିର ବରିଷ୍ଠ ବିଧାୟକ ମଦନ ମିତ୍ରଙ୍କ ଏବେ ମମତାଙ୍କୁ ଛାଡି ବିଦ୍ରୋହୀ ବିଧାୟକଙ୍କ ଗୋଷ୍ଠୀରେ ସାମିଲ ହୋଇଛନ୍ତି। ମଙ୍ଗଳବାର ବିଳମ୍ବିତ ରାତିରେ ବିଦ୍ରୋହୀ ଗୋଷ୍ଠୀର ନେତାଙ୍କ ସହିତ ହୋଇଥିବା ବୈଠକ ପରେ ଏବେ ଏହି ସୂଚନା ସାମନାକୁ ଆସିଛି ଯେ, ମଦନ ମିତ୍ର ମଧ୍ୟ ଏବେ ବିଦ୍ରୋହୀ ଗୋଷ୍ଠୀରେ ସାମିଲ ହୋଇସାରିଛନ୍ତି। ପାର୍ଟିଠାରୁ ଅଲଗା ହେବା ପରେ ବୁଧବାର ମଦନ ମିତ୍ର ବିଦ୍ରୋହୀ ବିଧାୟକ ଦଳର ନେତା ରୀତାବ୍ରତ ଓ ଅନ୍ୟ ନେତାଙ୍କ ସହିତ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ସେ ଅଭିଷେକ ବାନାର୍ଜୀଙ୍କୁ  ଜୋରଦାର ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ପାର୍ଟି ସମସ୍ତଙ୍କର ଥାଏ, କିନ୍ତୁ ବର୍ତ୍ତମାନ କେବଳ ଅଭିଷେକ ବାନାର୍ଜୀଙ୍କୁ ବଞ୍ଚାଇବା ପାଇଁ ପୁରା ଦଳକୁ ବର୍ବାଦ କରି ଦିଆଯାଇଛି। ମମତା ବାନାର୍ଜୀ କେବଳ ଅଭିଷେକଙ୍କୁ ବଞ୍ଚାଉଛନ୍ତି କହି

ମଦନ ମିତ୍ର ଦିଦିଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ପାର୍ଟି ଭାଙ୍ଗି ସାରିଛି, ଆଉ କିଛି କରି ହେବ ନାହିଁ ।