ଦିଲ୍ଲୀର ଏକ ଘରୋଇ ନିର୍ମାଣ ସଂସ୍ଥା ଉପରେ କୋଟିଏ ଟଙ୍କାର ଜରିମାନା ଲଗାଇଲେ କେଜ୍ରିୱାଲ ସରକାର

ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ ମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ତେବେ ସରକାରଂକ ପକ୍ଷରୁ ପ୍ରଦୂଷଣ ନିୟନ୍ତ୍ରଣ ନେଇ କଡ଼ା ନିୟମ ଲାଗୁ କରାଯାଇଥିବା ବେଳେ କଟକଣା ନମାନିବାରୁ ଘରୋଇ ନିର୍ମାଣ ସଂସ୍ଥାକୁ ଲାଗିଛି କୋଟିଏ ଟଙ୍କାର ଜରିମାନା । ସରକାରଙ୍କ ଯେତେ କଟକଣା ସତ୍ୱେ, ରାଜଧାନୀରେ ପ୍ରଦୂଷଣ ମାତ୍ରା କମିବାର ନାଁ ନେଉନାହିଁ । ଯାହାକୁ ନେଇ ଚିନ୍ତାରେ ଦିଲ୍ଲୀ ବାସୀ ।

ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣର ସ୍ତର କମିବାର ନା ନେଉନାହିଁ । ଯାହାକୁ ନେଇ ଏବେ ବି ରାଜଧାନୀରେ ସରକାରଙ୍କ କଟକଣା ବଳବତ୍ତର ରହିଛି । ସହରରେ ପ୍ରଦୂଷଣ କମାଇବା ପାଇଁ ଦିଲ୍ଲୀ ସରକାର ନିର୍ମାଣ କାର୍ଯ୍ୟ ଉପରେ ରୋକ ଲଗାଇଛନ୍ତି । କିନ୍ତୁ ନିୟମର ଖୋଲା ଉଲଂଘନ କରି କାମ ଚାଲିଥିବାର ଦେଖିବାକୁ ମିଳିଛି । ନେତାଜୀ ନଗରରେ ନିର୍ମାଣ କାର୍ଯ୍ୟ ଚାଲିଥିବାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ଯାହାକୁ ନେଇ କେଜ୍ରିୱାଲ ସରକାର ଆକ୍ସନ ମୋଡକୁ ଆସିଛନ୍ତି । ଘରୋଇ ନିର୍ମାଣ ସଂସ୍ଥା ଉପରେ କୋଟିଏ ଟଙ୍କାର ଜରିମାନା ଲଗାଇଛନ୍ତି କେଜ୍ରିୱାଲ ସରକାର ।

Related Posts