ଦେଶରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ, ଦେଶରୁ ୭୮୧ ଜଣ ସଂକ୍ରମିତ ଚିହ୍ନଟ ହେଲେଣି । ଆଗକୁ ଏହି ସଂଖ୍ୟା ଆହୁରି ବଢ଼ିବ । ସେପଟେ ଦିଲ୍ଲୀରେ ମାଡ଼ି ଚାଲିଛି ଓମିକ୍ରନ୍ । ଆକ୍ରାନ୍ତଙ୍କ ସଂଖ୍ୟା ଦୁଇ ଶହ ପାର କରିଛି । ବର୍ତ୍ତମାନ ସୁଦ୍ଧା ଦେଶର ରାଜଧାନୀରୁ ବାହିରଛି ୨୩୮ ନୂଆ ଭାରିଆଣ୍ଟ କେସ୍ ।

ମହାରାଷ୍ଟ୍ରରୁ ଏଯାଏ ୧୬୭ ଜଣ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ କରୋନାର ଏହି ନୂଆ ଭାରିଆଣ୍ଟରେ କେହି ସଂକ୍ରମିତ ହୋଇ ନାହାନ୍ତି । ଗୁଜରାଟରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୭୩ ଛୁଇଁଛି । କେରଳରେ ଏହି ସଂଖ୍ୟା ୬୫ । ତେଲେଙ୍ଗାନାରେ ୬୨, ରାଜସ୍ଥାନରେ ୪୬, କର୍ଣ୍ଣାଟକ ଓ ତାମିଲନାଡୁରେ ୩୪ ଜଣ ଲେଖାଏ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ଅନ୍ୟପଟେ, ଦେଶରେ ଓମିକ୍ରନରୁ ସୁସ୍ଥ ହେଲେଣି ୨୪୧ ଜଣ ।