ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଡ଼ାକ୍ତରଖାନାରୁ ଆସିଛି ସାଙ୍ଘାତିକ ଚିତ୍ର, ଶିଶୁ ଅଦଳବଦଳ ଅଭିଯୋଗ

ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚାଞ୍ଚଲ୍ୟ | ଶିଶୁ ଅଦଳବଦଳ ହୋଇଥିବା ନେଇ ଆସିଛି ଅଭିଯୋଗ | ଅଭିଯୋଗ ପାଇବା ପରେ ଆରମ୍ଭ ହୋଇଛି ପୋଲିସର ଖୋଳତାଡ଼ । ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଶିଶୁ ଅଦଳବଦଳ ହୋଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ ।

ସୂଚନା ଅନୁସାରେ, ସୋମବାର ଗଣ୍ଡପାଲି ଗାଁର ବିଶିକେଶନ ଝାଙ୍କରଙ୍କ ପତ୍ନୀ ବିନିତାଙ୍କୁ ପ୍ରସବ କଷ୍ଟ ହେବାରୁ ତାଙ୍କୁ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଡ଼ାକ୍ତରଖାନାରେ ଭର୍ତ୍ତି କରିଥିଲେ । ବିନିତାଙ୍କ ଏକ ଶିଶୁ ପୁତ୍ର ଜନ୍ମ ହୋଇଛି ବୋଲି ଜଣେ ହସ୍ପିଟାଲ କର୍ମଚାରୀମାନେ ବିଶିକେଶନଙ୍କୁ କହିଥିଲେ । ହେଲେ କିଛି ସମୟ ପରେ ତାଙ୍କର ପୁଅ ନୁହେଁ ବରଂ ଏକ କନ୍ୟା ସନ୍ତାନ ଜନ୍ମ ହୋଇଛି ବୋଲି କହିଥିଲେ ।

ତେବେ ପ୍ରଥମେ ଶିଶୁ ପୁତ୍ର ପରେ କନ୍ୟା ସନ୍ତାନ ହୋଇଥିବା କହିଥିବାବେଳେ କଥାକୁ ବିଶ୍ୱାସ କରିପାରୁନାହାନ୍ତି ବିଶିକେଶନ । ଏନେଇ ହସ୍ପିଟାଲରେ ଉତ୍ତେଜନା ଦେଖାଦେଇଛି । ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି |

Related Posts