ନିର୍ବାଚନୀ ମଇଦାନ ରେ ନିର୍ଭୟାଙ୍କ ଓକିଲ

ଏଥର ନିର୍ବାଚନ ଲଢ଼ିବେ ବହୁ ଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ନିର୍ଭୟାଙ୍କ ପରିବାର ତରଫରୁ ଲଢିଥିବା ଓକିଲ ସୀମା କୁଶୱା ।
ଉତ୍ତରପ୍ରଦେଶରେ ନିର୍ବାଚନୀ ସରଗରମ ଥିବା ବେଳେ ଏହାରି ମଧ୍ୟରେ ଏହି ଖବର ଆହୁରି ମାହୋଲ କୁ ସରଗରମ୍ କରିଦେଇଛି। ସେ ବିଏସପିରେ ଜଣେ ନୂଆ ଚେହେରା ଭାବେ ସାମ୍ନାକୁ ଆସିଛନ୍ତି । ଗୁରୁବାର ଦିନ ବିଏସପିରେ ସାମିଲ ହୋଇଛନ୍ତି । ବିଏସପିର ରାଷ୍ଟ୍ରୀୟ ମହାସଚିବ ସତୀଶ ଚନ୍ଦ୍ର ମିଶ୍ରାଙ୍କ ଉପସ୍ଥିତିରେ ସେ ଦଳରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି ।

ସୂଚନା ମୁତାବକ ନିର୍ଭୟା ମାମଲାରେ କୋର୍ଟରେ ଲଢି ନିର୍ଭୟାଙ୍କ ମା’ଙ୍କୁୁ ନ୍ୟାୟ ଦେଇ ଚର୍ଚ୍ଚାରେ ଥିବା ଓକିଲ ସୀମା କୁଶୱା ବିଏସପିରୁ ନିଜର ରାଜନୈତିକ ଜୀବନ ଆରମ୍ଭ କରିଛନ୍ତି । ଏବେ ବିଏସପି ତାଙ୍କୁ କୌଣସି ଆସନରୁ ବି ଟିକେଟ ଦେଇପାରେ ବୋଲି ଆକଳନ କରାଯାଉଛି ।

Related Posts