ନିର୍ବାଚନ ପୂର୍ବରୁ ବିଜୟ ଘୋଷଣା କଲେ ଯୋଗୀ

ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିର୍ବାଚନ ପୂର୍ବରୁ ବିଜୟ ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଏକ ଫଟୋ ପୋଷ୍ଟ କରି ବଡ ବିଜୟ କଥା କହିଛନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀ ଏହି ପୋଷ୍ଟରେ ପୀଡିତ, ଶୋଷିତଙ୍କ ଦୁଃଖ ଦୂର କରିବା ଏବଂ ରାଷ୍ଟ୍ରଧର୍ମ ଉପରେ ଛାତି ଚଉଡା କରି ଠିଆ ହୋଇଥିବା କହିଛନ୍ତି । ଏହାସହ ସେ ଲେଖିଛନ୍ତି, ଯିଏ ଲଗାତାର ପରିଶ୍ରମ କରନ୍ତି ତାଙ୍କ ବିଜୟ ସୁନିଶ୍ଚିତ ହୋଇଥାଏ।

ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ଗୁରୁବାର ୧୧ଟି ଜିଲ୍ଲାର ୫୮ଟି ବିଧାନସଭା ଆସନ ପାଇ ମତଦାନ ହେବ। ଏହି ସମସ୍ତ ଆସନ ପଶ୍ଚିମ ଉତ୍ତର ପ୍ରଦେଶର। ମତଦାନ ସକାଳ ୭ଟାରୁ ସଂଧ୍ୟା ୬ଟା ଯାଏ ହେବ।

Related Posts