ହିଜାବ ବିବାଦ; ବଡ଼ ବେଞ୍ଚରେ ହେବ ଶୁଣାଣି: କର୍ଣ୍ଣାଟକ ହାଇକୋର୍ଟ

କର୍ଣ୍ଣାଟକ(ସତ୍ୟପାଠ ବ୍ୟୁରୋ): କର୍ଣ୍ଣାଟକରେ ମୁସଲିମ ଛାତ୍ରୀ ହିଜାବ ପିନ୍ଧି ସ୍କୁଲ ଏବଂ କଲେଜ ଆସିବା ବିବାଦ ଉପରେ ସମାଧାନ ଆଜି ବି ବାହାରି ପାରିଲା ନାହିଁ । କର୍ଣ୍ଣାଟକ ହାଇକୋର୍ଟରେ ଆଜି ଲଗାତାର ଦ୍ୱିତୀୟ ଦିନ ପାଇଁ ଏହି ମାମଲା ଉପରେ ଶୁଣାଣି ହୋଇଥିଲା, କିନ୍ତୁ କୌଣସି ନିଷ୍କର୍ସ ବାହାରି ପାରିଲା ନାହିଁ । ଜଷ୍ଟିସ କ୍ରିଷ୍ଣା ଦୀକ୍ଷିତଙ୍କ ଖଣ୍ଡପୀଠ ଏହି ମାମଲାକୁ ବଡ ବେଞ୍ଚକୁ ପଠାଇବାକୁ ନିଷ୍ପତ୍ତି ନେଇଛନ୍ତି। ମାମଲାର ଶୁଣାଣି କରୁଥିବା ଖଣ୍ଡପୀଠ କହିଛନ୍ତି ଏହି ମାମଲାକୁ ବଡ ବେଞ୍ଚ ନିକଟକୁ ପଠାଯିବା ଦରକାର । ତେବେ ଉଭୟପକ୍ଷଙ୍କ କହିବା କଥା, ମାମଲାକୁ ବଡ ଖଣ୍ଡପୀଠକୁ ପଠାଇବାରେ କୌଣସି ଆପତ୍ତି ନାହିଁ, କିନ୍ତୁ ଏହାର ସମାଧାନ ଶୀଘ୍ର ବାହାରିବା ଦରକାର । ଏହି ସମୟରେ କର୍ଣ୍ଣାଟକର ଉଡୁପୀ, ସିମୋନା, ବେଙ୍ଗାଲୁରୁ ସହ ଅନ୍ୟ ସବୁ ସହରରେ ଶାନ୍ତି ରହିଥିଲା। ବେଙ୍ଗାଲୁରୁ ପ୍ରଶାସନ ସ୍କୁଲ ଏବଂ କଲେଜ ନିକଟରେ ଆନ୍ଦୋଳନ କରିବାକୁ ଛାତ୍ରୀଛାତ୍ରଙ୍କୁ ମନା କରିଛି ।

ହିଜାବ ପିନ୍ଧୁଥିବା ଛାତ୍ରୀଙ୍କ ପକ୍ଷରୁ କେସ ଲଢୁଥିବା ଓକିଲ କହିଛନ୍ତି, ସେମାନଙ୍କୁ ତାଙ୍କର ଆସ୍ଥାର ପାଳନ କରିବାକୁ ଦିଆଯିବା ଦରକାର । ହିଜାବ ଉପରେ ବିବାଦ ସୃଷ୍ଟି କରି ଛାତ୍ରୀମାନଙ୍କୁ ଶିକ୍ଷାର ଅଧିକାରରୁ ବଞ୍ଚିତ କରିବାକୁ ଉଦ୍ୟମ କରାଯାଉଛି । ଅନ୍ୟପଟେ କର୍ଣ୍ଣାଟକ ସରକାରରେ ଆଟର୍ଣ୍ଣିଂ ଜେନେରାଲ ଏହାର ବିରୋଧ କରି କହିଛନ୍ତି, ସ୍କୁଲ ଏବଂ କଲେଜ ପାଖରେ ନିୟମକୁ ନେଇ ସ୍ୱାଧୀନତା ରହିଛି । ସେ କହିଛନ୍ତି ପ୍ରତ୍ୟେକ ସଂସ୍ଥାକୁ ସ୍ୱାଧୀନତା ଦିଆଯାଇଛି । ରାଜ୍ୟ ସରକାର ସ୍କୁଲରେ ୟୁନିଫର୍ମକୁ ନେଇ କୌଣସି ନିଷ୍ପତ୍ତି ନେଇପାରିବେ ନାହିଁ । ଅନ୍ୟପଟେ ଛାତ୍ରୀମାନଙ୍କୁ ହିଜାବ ପିନ୍ଧି ସ୍କୁଲ ଯିବାକୁ ଅନ୍ତରିଣ ଅନୁମିତ ଦେବାକୁ ଅପିଲ କରିଥିଲେ ଅବେଦନକାରୀଙ୍କ ଓକିଲ । ଏହା ଉପରେ ଜଷ୍ଟିସ କ୍ରିଷ୍ଣା ଦୀକ୍ଷିତ ନିଜ ରାୟରେ କହିଥିଲେ, ଅନ୍ତରିଣ ଆଶ୍ୱସ୍ତି ଉପରେ ମଧ୍ୟ ବଡ ବେଞ୍ଚ ନିଷ୍ପତ୍ତି ନେବ।

Related Posts