ନେଦରଲାଣ୍ଡରେ ଖ୍ରୀଷ୍ଟମାସ ଲକଡାଉନ୍ ଘୋଷଣା

ଓମିକ୍ରନ୍ କୁ ନେଇ ଭୟବିତ ଏବେ ସବୁ ଦେଶ । ଏବେ ସୁଦ୍ଧା ୮୯ଟି ଦେଶରେ ପ୍ରବେଶ କରିସାରିଲାଣି ଏହି ନୂଆ ଭାରିଏଣ୍ଟ। ସବୁଠୁ ବଡ଼ କଥା ହେଉଛି ୟୁକେରେ ଦିନକରେ ୧୦ ହଜାରରୁ ଅଧିକ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାପରେ ମେଜର ଇନସି଼ଡେଂଟ୍ ଘୋଷଣା କରିଛି ଲଣ୍ଡନ୍‌। ସେପଟେ ନେଦରଲାଣ୍ଡରେ ଖ୍ରୀଷ୍ଟମାସ ଲକଡାଉନ୍ ଘୋଷଣା କରାଯାଇଛି।

ଅନ୍ୟପଟେ ଏମ୍ସ କମ୍ୟୁନିଟି ମେଡିସିନ୍ ବିଭାଗ ପ୍ରଫେସର କହିଛନ୍ତି ଓମିକ୍ରନ ଭାରିଏଣ୍ଟ ଡେଲ୍ଟା ଠାରୁ ଅଧିକ ସଂକ୍ରାମକ ହୋଇଥିଲେ ବି ଡେଲ୍ଟା ଭଳି ମାରାତ୍ମକ ନୁହେଁ। ସଂକ୍ରମଣ ଅଧିକ ହେଉଥିବାରୁ ଅଧିକ ଲୋକ ଆକ୍ରାନ୍ତ ହେବା ଆଶଙ୍କା ଥିବା ସେ କହିଛନ୍ତି। ତେବେ ଆସନ୍ତା ବର୍ଷ କୋଭିଡ୍‌ର ତୃତୀୟ ଲହର ଆସିବ ଓ ଫେବ୍ରୁଆରୀରେ ଏହା ପିକ୍‌ରେ ପହଞ୍ଚିବ ବୋଲି ଆଶଙ୍କା କରିଛନ୍ତି ନ୍ୟାସନାଲ କୋଭିଡ୍-୧୯ ସୁପର ମଡେଲ କମିଟି।

Related Posts