ଟି-୨୦ ବିଶ୍ୱକପ: ନେଦରଲାଣ୍ଡ ଠାରୁ ପରାସ୍ତ ହେଲା ଦକ୍ଷିଣ ଆଫ୍ରିକା

ଆଡିଲେଡ୍: ଟି-୨୦ ବିଶ୍ୱକପରେ ଆଜି ଦକ୍ଷିଣ ଆଫ୍ରିକା ଓ ନେଦରଲାଣ୍ଡ ମୁହାମୁହିଁ ହୋଇଥିବା ବେଳେ, ଦକ୍ଷିଣ ଆଫ୍ରିକା, ନେଦରଲାଣ୍ଡ ଠାରୁ ପରାସ୍ତ ହୋଇଛି। ନେଦରଲାଣ୍ଡ ଗ୍ରୁପ-୧ ସୁପର ୧୨ର ଶେଷ ମୁକାବିଲାରେ ଦକ୍ଷିଣ ଆଫ୍ରିକାକୁ ୧୩ ରନ୍‌ରେ ହରାଇ ଦେଇଛି। ଏହି ପରାଜୟ ସହିତ ଦକ୍ଷିଣ ଆଫ୍ରିକା ଟିମ୍ ବିଶ୍ୱକପରୁ ବାହାରିଯାଇଛି।

ଅନ୍ୟପଟେ ଭାରତ ପାଇଁ ଫାଇଦା ହୋଇଛି। ଦକ୍ଷିଣ ଆଫ୍ରିକାର ପରାଜୟ ସହିତ ଭାରତ ସେମିଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଛି।

ଅନ୍ୟପଟେ, ରବିବାର ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ଶେଷ ଲିଗ୍‌ ମ୍ୟାଚ୍‌ । ଏହାପରେ ଆରମ୍ଭ ହେବ ସେମି ଲଢେଇ । ଗ୍ରୁପ୍‌-୨ର ୩ଟି ଯାକ ମ୍ୟାଚ୍‌ ଖେଳାଯିବା ସହ ସେମି ଫାଇନାଲ୍‌ ଲାଇନ୍‌ ଅପ୍‌ ଚୂଡ଼ାନ୍ତ ହେବ । ଶେଷ ମ୍ୟାଚ୍‌ରେ ଭାରତ ଓ ଜିମ୍ବାୱେ ପରସ୍ପରକୁ ଭେଟିବେ । ୩ଟି ବିଜୟ ସହ ୬ ପଏଣ୍ଟ ହାସଲ କରିସାରିଥିବା ଭାରତ ବିଜୟ ହାସଲ କରି ଗ୍ରୁପ୍‌-୨ ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନ ଦଖଲ ସହ ସେମିରେ ପ୍ରବେଶ କରିବାକୁ ଲକ୍ଷ୍ୟ ରଖିଛି । ଜିମ୍ବାୱେ ମଧ୍ୟ ବିପର୍ଯ୍ୟୟ ଘଟାଇବାକୁ ପ୍ରସ୍ତୁତ । ଏହି ମ୍ୟାଚ୍‌କୁ ନେଇ ଉଭୟ ଦେଶର ସମର୍ଥକଙ୍କ ସହ ପାକିସ୍ତାନ କ୍ରିକେଟ୍‌ ପ୍ରେମୀ ମଧ୍ୟ ଉତ୍ସୁକତାର ସହ ଅପେକ୍ଷା କରିଥିବେ ।

ଭାରତ ତୁଳନାରେ ଜିମ୍ବାୱେ ଅପେକ୍ଷାକୃତ ଦୁର୍ବଳ ହେଲେ ମଧ୍ୟ ବିପର୍ଯ୍ୟୟ ଘଟାଇବାର କ୍ଷମତା ରହିଛି । ପୂର୍ବରୁ ଲିଗ୍‌ ପର୍ଯ୍ୟାୟରେ ପାକିସ୍ତାନକୁ ହରାଇ ସାରିଛି ଜିମ୍ବାୱେ । ଶୃଙ୍ଖଳିତ ପ୍ରଦର୍ଶନ ଓ ଚମତ୍କାର ଫିଲ୍ଡିଂ ଦକ୍ଷତାକୁ ନେଇ ଜିମ୍ବାୱେ ଏଥର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ପ୍ରତି ମ୍ୟାଚ୍‌ରେ ଲଢୁଆ ଖେଳ ପ୍ରଦର୍ଶନ କରିଛି । ଅବଶ୍ୟ ସେମି ଫାଇନାଲ୍‌ ଆଶା ନଥିଲେ ବି ଭାରତ ପାଇଁ ଚିନ୍ତା ସୃଷ୍ଟି କରିବାକୁ ଜିମ୍ବାୱେ ମନୋବଳ ଏକଜୁଟ କରିଛି ।

Related Posts