ପଞ୍ଜାବ ବିଧାନସଭା ନିର୍ବାଚନ: ବିଜେପି ପକ୍ଷରୁ ନିର୍ବାଚନୀ ଗୀତ ରିଲିଜ

ଆଗକୁ ପଞ୍ଜାବ ବିଧାନସଭା ନିର୍ବାଚନ । ଏନେଇ ସରଗରମ ପ୍ରଚାର ମଇଦାନ । ଭୋଟ ହାତେଇବା ପାଇଁ ପ୍ରଚାର ପ୍ରସାରରେ ଲାଗିପଡ଼ିଛି ଦଳ। ତେବେ ପ୍ରଚାରକୁ ଆହୁରି ଜୋରଦାର କରିବା ପାଇଁ ହେବିୱେଟ ନେତାଙ୍କ ଡେରା ପଡୁଥିବା ବେଳେ, ବିଜେପି ଏକ ଗୀତ ରିଲିଜ କରାଯାଇଛି । ବିଜେପି ସାଂସଦ ମନୋଜ ତିଓ୍ବାରି ବିଜେପିର ଏହି ନିର୍ବାଚନୀ ପ୍ରଚାର ଗୀତରେ କଣ୍ଠ ଦାନ କରିଛନ୍ତି । ଏନେଇ ପଞ୍ଚାବ ବିଜେପି ପକ୍ଷରୁ ଟ୍ବିଟରେ ଏକ ଭିଡିଓ ମଧ୍ୟ ଜାରି କରାଯାଇଛି ।

ଯେଉଁଥିରେ ପଞ୍ଜାବର ସଂସ୍କୃତି ଓ ପରମ୍ପରାକୁ ଦର୍ଶାଯାଇଛି । ଏଥି ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ମଧ୍ୟ ଭିଡିଓରେ ମଧ୍ୟ ଦର୍ଶାଯାଇଛି । ଏହାପୂର୍ବରୁ କିଛିଦିନ ତଳେ ୟୁପି ନିର୍ବାଚନୀ ପାଇଁ ମଧ୍ୟ ଏକ ଗୀତ ରିଲିଜ କରାଯାଇଥିଲା ।ପଞ୍ଜାବରେ ଆସନ୍ତା ମାସ (ଫେବୃଆରୀ) ୨୦ ତାରିଖରେ ମାତ୍ର ଗୋଟିଏ ପର୍ଯ୍ୟାୟରେ ମତଦାନ ହେବାକୁ ଯାଉଛି । ମାର୍ଚ୍ଚ ୧୦ ଫଳାଫଳ ପ୍ରକାଶ ପାଇବ । ତେବେ ନିର୍ବାଚନୀ ଲଢୁଥିବା ଦଳ ଗୁଡିକ ପ୍ରଚାରକୁ ଏବେ ଜୋରଦାର କରିଛନ୍ତି ।

Related Posts